ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଲା ଅମ୍ଫନ: କଟକ, ପୁରୀ, ଖୋର୍ଦ୍ଧା ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮।୫(ବ୍ୟୁରୋ): ବଙ୍ଗୋପସାଗର ମଧ୍ୟରେ ସୋମବାର ବାତ୍ୟା ‘ଅମ୍ଫନ’ ମହାବାତ୍ୟାର ରୂପ ନେଇଛି। ପାରାଦୀପଠାର ବର୍ତ୍ତମାନ ୭୮୦ କିମି ଦୂରରେ ବାତ୍ୟା ଅମ୍ଫନ ରହିଥିବା ବେଳେ ଘଣ୍ଟାକୁ ୮ କିମି ବେଗରେ ଗତି କରୁଛି । ଏହି ସମୟରେ ସମୁଦ୍ର ଭିତରେ ୨୩୦ କିମି ଉପରେ ପବନ ବହିବ। ପବନର ବେଗ ୨୬୫ କିମି ଯାଏ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିିଳିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିିଳିଛି।
୨୦ ତାରିଖରେ ଅମ୍ଫନ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ୱୀପ ମଝିରେ ଉପକୂଳ ଅତିକ୍ରମ କରିବ। କିନ୍ତୁ କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ଏହା ଲ୍ୟାଣ୍ଡଫଲ କରିବା ତାହା ସ୍ପଷ୍ଟ ହୋଇନି। ଅନ୍ୟପକ୍ଷରେ ସୋମବାର ସନ୍ଧ୍ୟାରୁ ବର୍ଷା, ପବନ ଆରମ୍ଭ ହୋଇ ୨୦ ତାରିଖ ଅପରାହ୍ନ ଯାଏ ଚାଲିବ। ଏହାର ପ୍ରଭାବରେ କଟକ, ପୁରୀ ଓ ଖୋର୍ଦ୍ଧା ଜିଲାରେ ପ୍ରବଳ ବର୍ଷା ହେବ। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଏହାର ପ୍ରଭାବରେ ସୋମବାର ସନ୍ଧ୍ୟରୁ ଗଞ୍ଜାମ, ଗଜପତି, ପୁରୀ, କେନ୍ଦ୍ରାପଡ଼ାରେ ବର୍ଷା ହେବ। ୧୯ ତାରିଖ ସକାଳୁ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଉତ୍ତର ଓଡ଼ିଶାର ୫ ଜିଲାରେ ପ୍ରବଳରୁ ଅତିପ୍ରବଳୂ ବର୍ଷା ହେବ। କଟକ, ପୁରୀ ଓ ଖୋର୍ଦ୍ଧାରେ ବି ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି। ତେଣୁ ତଳି ଅଞ୍ଚଳ ଲୋକଙ୍କୁ ଆଜିଠାରୁ ସ୍ଥାନାନ୍ତର କରାଯିବ। ମଙ୍ଗଳବାର ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର ହେବ। ପବନ ବହୁଥିବା ବେଳେ ଘରୁ ବାହାରିବାକୁ ସେ ବାରଣ କରିଛନ୍ତି। ସାଇକେଲ, ୨ ଚକିଆ ଓ ୪ ଚକିଅରା ଗାଡ଼ି ଆଦୌ ବାହାର ନ କରିବାକୁ ଏସ୍‌ଆର୍‌ସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ‘ସମ୍ରାଟ’ ଯୁଗ ଆରମ୍ଭ: ବୁଧବାର ଶପଥ ଗ୍ରହଣ

ପାଟନା,୧୪।୪: ନୀତୀଶ କୁମାର ମଙ୍ଗଳବାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଶେଷ କ୍ୟାବିନେଟ ବୈଠକ କରି ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଇସ୍ତଫା ପତ୍ର…

ବିହାରରେ ‘ନୀତୀଶ ଯୁଗ’ ଶେଷ: ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା , କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ?

ପାଟନା,୧୪।୪: ଆଜି ବିହାର ରାଜନୀତିରେ ଏକ ଐତିହାସିକ ଯୁଗର ଅନ୍ତ ହୋଇଛି। ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ…

ସରିଲା ମା’ ଦଣ୍ଡ କାଳୀଙ୍କ ୨୧ ଦିନିଆ ଯାତ୍ରା, ଅଗ୍ନି କୁଣ୍ଡରେ ଓଲଟା ଝୁଲିଲେ ପାଟ ଭୂକ୍ତା

ପୁରୁଷୋତ୍ତମପୁର,୧୪।୪(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ମଙ୍ଗଳବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଛି । ଏନେଇ ପୁରୁଷୋତ୍ତମପୁର…

କିଏ ସେହି ସମ୍ରାଟ ଚୌଧୁରୀ, ଯିଏ ହେବେ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ: ୧୯ ବର୍ଷ ବୟସରୁ ହୋଇଥିଲେ ମନ୍ତ୍ରୀ

ପାଟନା,୧୪।୪: ବିହାରରେ ଏକ ନୂତନ ରାଜନୈତିକ ଯୁଗ ଆରମ୍ଭ ହେବାକୁ ଯାଉଛି। ରାଜ୍ୟକୁ ଏହାର ନୂତନ ମୁଖ୍ୟମନ୍ତ୍ରୀ ମିଳିଛି। ସମ୍ରାଟ ଚୌଧୁରୀଙ୍କ ନାମ ଚୂଡ଼ାନ୍ତ ହୋଇଛି। ସମ୍ରାଟ…

ଏମିତି କଥା କହିଲେ ଖାର୍ଗେ, ହସି ହସି ଗଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ Video

ନୂଆଦିଲ୍ଲୀ,୧୪।୪: ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ସଂସଦ ପରିସରରେ ପ୍ରେରଣାସ୍ଥଳରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ…

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

କେନ୍ଦୁଝର,୧୪।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ…

ଗର୍ଲଫ୍ରେଣ୍ଡଙ୍କ ବିବାହ ସ୍ଥିର ହୋଇଯିବାରୁ ରାଗିକି ଏମିତି ନିଷ୍ପତ୍ତି ନେଲେ ବୟଫ୍ରେଣ୍ଡ: ଭାବି ସ୍ବାମୀଙ୍କୁ ପଠାଇଦେଲେ…

ବେଙ୍ଗାଲୁରୁ,୧୪।୪: ପ୍ରେମ ଯେବେ ପାଗଳାମୀରେ ପରିଣତ ହୁଏ, ଏହା କେବଳ ସମ୍ପର୍କକୁ ନଷ୍ଟ କରିଦିଏ ନାହିଁ ବରଂ ଜୀବନ ମଧ୍ୟ ନେଇଯାଏ। କର୍ନାଟକର ବିଜୟପୁରା ଜିଲାରୁ ଏକ…

ନିୟମଗିରି ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସମସ୍ୟା ବୁଝିଲେ ଜିଲାପାଳ

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା): ରାୟଗଡା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ସୋମବାର କଲ୍ୟାଣସିଂହପୁର ବ୍ଲକ୍‌ ପାର୍ସଲି ପଞ୍ଚାୟତର ନିୟମଗିରି ପାହାଡ଼ରେ ଥିବା ଦୁର୍ଗମ ଅଞ୍ଚଳ ପରିଦର୍ଶନ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri