Categories: ଖେଳ

ସମୁଦ୍ର କୂଳରେ ବଂଶୀ ବଜାଉଛନ୍ତି ଧାଓ୍ବନ

ନୂଆଦିଲ୍ଲୀ, ୩।୯: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଏକଦିବସୀୟ ସିରିଜ୍‌ ଶେଷ ହେବା ପରେ ଭାରତ ଫେରିଛନ୍ତି ଓପନର୍‌ ଶିଖର ଧାଓ୍ବନ୍‌। ଏବେ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଏସବୁ ଭିତରେ କ୍ରିକେଟ ଛଡା ଶିଖରଙ୍କ ଆଉ ଏକ ପ୍ରତିଭା ମଧ୍ୟ ଦର୍ଶକଙ୍କ ସାମ୍ନାକୁ ଆସିଛି। ସମୁଦ୍ର କୂଳରେ ବଂଶୀ ବଜାଉଥିବା ଭିଡିଓ ସେ ନିଜ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି। ପେଶାଦାର ବଂଶୀ ବାଦକଙ୍କ ଭଳି ଶିଖର ଖୁବ୍‌ ସୁନ୍ଦର ଭାବେ ବଂଶୀ ବଜାଉଛନ୍ତି। ଶିଖରଙ୍କ ବଂଶୀ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି। ସୂଚନାଯୋଗ୍ୟ, ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ରେ ଶିଖର ସେତେଟା ଖାସ୍‌ ପ୍ରଦର୍ଶନ କରିପାରି ନ ଥିଲେ। କିଛିଦିନ ଭିତରେ ଦକ୍ଷିଣ ଆଫ୍ରିକା ଦଳ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା ଦଳ ସେ ଭାରତ ‘ଏ’ ସହ ଅଭ୍ୟାସ ମ୍ୟାଚ୍‌ ଖେଳିବ। ଶିଖର ଧାଓ୍ବନ୍‌ ଭାରତ ‘ଏ’ ପକ୍ଷରୁ ଖେଳିବେ।

Share