Categories: ଫୁରସତ

ସମୁଦ୍ରରେ ପଡ଼ିଗଲା ଆଇଫୋନ: ଫେରାଇଲା ତିମି

ସମୁଦ୍ରରେ ପଡିଯାଇଥିବା ଏକ ଆଇଫୋନକୁ ଫେରାଇଛି ତିମି ମାଛ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବଲିଉଡ୍‌ ଅଭିନେତ୍ରୀ ରିଚା ଚଢା ଏହାର ଏକ ଭିଡିଓ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ପ୍ରଥମେ ସାଇନ୍ସ ଗର୍ଲ ନାମକ ଜଣେ ୟୁଜର୍ସ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଥିଲେ। ଏହାର କ୍ୟାପସନରେ ସେ ଲେଖିଛନ୍ତି, ନରଓ୍ବେରେ ଜଣେ ଯୁବତୀଙ୍କ ଆଇଫୋନ ସମୁଦ୍ରରେ ପଡିଯାଇଥିବା ବେଳେ ଏକ ତିମି ତାକୁ ଉଦ୍ଧାର କରି ଫେରାଇ ଦେଉଥିବାର ଦୃଶ୍ୟ। ଏହାକୁ ରିଚା ରିଟୁଇଟ କରିଛନ୍ତି। ପ୍ରକୃତ ଘଟଣା ହେଉଛି କିଛି ଛାତ୍ରୀଛାତ୍ର ସମଦ୍ର ବୁଲିବାକୁ ଯାଇଥିବାବେଳେ ଜଣେ ଛାତ୍ରୀଙ୍କ ଆଇଫୋନ ସମୁଦ୍ର ଭିତରେ ପଡିଯାଇଥିଲା। ସଙ୍ଗେ ସଙ୍ଗେ ତିମି ମାଛଟି ଫୋନକୁ ନିଜ ପାଟିରେ ଆଣି ଯୁବତୀଙ୍କୁ ଫେରାଇ ଦେଇଥିଲା।

Share