ସମୁଦ୍ରରେ ଆକ୍ରମଣ ଉଦ୍ୟମ ସହ ଜାଲ ନଷ୍ଟ

ଛତ୍ରପୁର,୪ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଋଷିକୁଲ୍ୟା ସମୁଦ୍ର ମୁହାଣରେ ମଙ୍ଗଳବାର ପାରାଦ୍ୱୀପର ଏକ ବୋଟ୍‌ରେ ଆସିଥିବା ମତ୍ସ୍ୟଜୀବୀମାନେ ମାରଣାସ୍ତ୍ରରେ ଆକ୍ରମଣ ଉଦ୍ୟମ ସହ ଜାଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢେ ୯ଟାବେଳେ ଋଷିକୁଲ୍ୟା ମୁହାଣ ନିକଟ ସମୁଦ୍ରରେ ଗଞ୍ଜାମ ଜିଲା ଅଗସ୍ତିନୂଆଗଁ। ପଞ୍ଚାୟତ ସାନନୋଳିଆନୂଆଗଁ।ର କେତେକ ମତ୍ସ୍ୟଜୀବୀ ଡଙ୍ଗାରେ ଯାଇ ମାଛ ମାରୁଥିଲେ। ହଠାତ୍‌ ସେଠାରେ ପାରାଦ୍ୱୀପର ଏକ ବୋଟ୍‌ (ନଂ-ଓଆର୍‌ ୦୪ଏମ୍‌ଏମ୍‌-୧୪୯) ପହଞ୍ଚିଥିଲା। ନୋଳିଆନୂଆଗଁ।ର ମତ୍ସ୍ୟଜୀବୀମାନେ ସେତେବେଳେ ସମୁଦ୍ରରୁ ମାଛ ମାରିବା ପାଇଁ ଜାଲ ପକାଇଥିଲେ। ପାରାଦ୍ୱୀପର ଉକ୍ତ ବୋଟ୍‌ ସେଠାରେ ପହଞ୍ଚିଥିବାରୁ ଉକ୍ତ ଜାଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଉକ୍ତ ଜାଲର ମୂଲ୍ୟ ୬୦ ହଜାର ଟଙ୍କା ହେବ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। କ୍ଷତିପୂରଣ ଦେବାକୁ ନୋଳିଆନୂଆଗଁ।ର ମତ୍ସ୍ୟଜୀବୀମାନେ ପାରାଦ୍ୱୀପ ବୋଟ୍‌ରେ ଥିବା ଲୋକଙ୍କୁ କହିଥିଲେ। ମାତ୍ର ସେମାନେ ମନାକରିବା ସହ ହଠାତ୍‌ ବୋଟ୍‌ରେ ଖଣ୍ଡା, ଭୁଜାଲି ବାହାରକରି ଆକ୍ରମଣ ଉଦ୍ୟମ କରିଥିଲେ। ଏଥିରୁ ବଞ୍ଚିବାକୁ ଯାଇ ନୋଳିଆନୂଆଗାଁର ମତ୍ସ୍ୟଜୀବୀମାନେ ଡଙ୍ଗାରୁ ସମୁଦ୍ର ପାଣିକୁ ଡେଇଁ ପଡିବାରୁ ଜୀବନ ରକ୍ଷା କରିପାରିଛନ୍ତି। ଏନେଇ ସାନନୋଳିଆନୂଆଗଁ।ର ମତ୍ସ୍ୟଜୀବୀମାନେ ବୁଧବାର ଅତିରିକ୍ତ ନିର୍ଦ୍ଦେଶକ (ମତ୍ସ୍ୟ)ଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ମତ୍ସ୍ୟ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିସହ ଏନେଇ ଆର୍ଯ୍ୟପଲ୍ଳୀ ମେରାଇନ୍‌ ଥାନାରେ ଏତଲା ଦିଆଯାଇଛି। ଏମାନଙ୍କ ସହ ନିକଟସ୍ଥ ୭ ଗାଁର ମତ୍ସ୍ୟଜୀବୀମାନେ ସାମିଲ ଥିଲେ। ଏସମ୍ପର୍କରେ ଅତିରିକ୍ତ ମତ୍ସ୍ୟ ଅଧିକାରୀ ରାଜ୍ୟ ମତ୍ସ୍ୟ ବିଭାଗ ଓ ପାରାଦ୍ୱୀପର ଅତିରିକ୍ତ ନିର୍ଦ୍ଦେଶକ (ଫିସେରିଜ୍‌)ଙ୍କୁ ଅବଗତ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର ଏକତରଫା…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ମା’ ବାଙ୍କେଶ୍ୱରୀଙ୍କ ଦୋଳଯାତ୍ରା ପାଇଁ ପ୍ରସ୍ତୁତି: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର) ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା’ ବାଙ୍କେଶ୍ୱରୀଙ୍କ ଦୋଳ ଯାତ୍ରା ନିମନ୍ତେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri