ସମିତି ଋଣ ପରିଶୋଧ ନ କରି ଗିରଫ

ଭଣ୍ଡାରିପୋଖରୀ, ୨୯ା୧(ଡି.ଏନ୍‌.ଏ.)-ସେବା ସମବାୟ ସମିତିରୁ ଋଣ ଆଣି ପରିଶୋଧ ନ କରିବା ଅଭିଯୋଗରେ ରବିବାର ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ଗ୍ରାମର ବୃନ୍ଦାବନ ନାୟକ। ବୃନ୍ଦାବନ ତେସିଙ୍ଗା ସେବା ସମବାୟ ସମିତିରୁ ବ୍ୟବସାୟ ପାଇଁ ଋଣ କରି ପରିଶୋଧ କରି ନ ଥିଲେ। ଏନେଇ ୨୦୧୫ରେ ସମିତି ପକ୍ଷରୁ ଭଦ୍ରକ ଏସ୍‌ଡିଜେଏମ୍‌ କୋର୍ଟରେ ବୃନ୍ଦାବନଙ୍କ ସମେତ ୧୪୨ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ପୋଲିସ ବୃନ୍ଦାବନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।