ସମାଜ ଲାଗି ଉଦାହରନ୍‌ ପାଲଟିଛନ୍‌ ଅଜିତ

ଭବାନୀପାଟଣା,୧୫।୧୦(ଡି.ଏନ୍‌.ଏ.)-
କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଶିବ ମନ୍ଦିର ପଡ଼ାର ଅଜିତ କଟ୍ଟା। ସେ ନିହାତି ଗରିବ୍‌, ପେସାରେ ଝନେ ସାଇକେଲ ମେକାନିକ୍‌। ହେଲେ ହୁରୁଦ୍‌ ତାକର ବିଶାଲ୍‌। ସେ ଅନେକ ଗରିବ୍‌ଦୁଖିକୁ ସାହାଯ୍‌ କରି ନିଜେ ମାନ୍‌ସିକ ଶିଅଁାତି ପାଏବାର ସଂଗେ ସମାଜ ଲାଗି ଗୁଟେ ଉଦାହରନ୍‌ ସୁରୁଷ୍‌ଟି କରିଛନ୍‌।
ସୂଚନା ଅନ୍‌ସାରେ ଭବାନୀପାଟଣା ସଦର ଶିବ ମନ୍ଦିର ପଡ଼ାର ଅଜିତ କଟ୍ଟାକଁର ପରିବାର କହେଲେ ମାଏକିନା ଭୂମିସୂତା ଆର ଦୁଇ ପୁଓଝି’କେ ନେଇ ତାକର ସୁଖର ସଁସାର। ପରିବାରଟା ନିହାତି ଗରିବ୍‌, ଗୁଟେ ଝୁପ୍‌ଡ଼ି ଘରେ ରହୁଛନ୍‌। ସେନ୍‌ତା ଅଜିତ ଭବାନୀପାଟଣା ଜଗନ୍ନାଥ ମନ୍ଦିର ରୋଡ଼ରେ ଗୁଟେ ଛୁଟିଆ ସାଇକେଲ ମରାମତି ଦୁକାନ ଦେଇଛନ୍‌। ଦୁକାନରୁ ସେ ଯାହା ରୁଜଗାର କରୁଛନ୍‌ ସେଥ୍‌ରେ ତାକର ପରିବାର ଚଲବାର ସଂଗେ ଫିଦିନ କିଛି ଟଁକା ସଁଚୁଛନ୍‌। ସଁଚ୍‌ଲା ଟଁକାକେ ଅଜିତ ହପ୍‌ତାକ ଥରେ ଗରିବ୍‌ ଦୁଖିକର ସେବା କାଯ୍‌ରେ ଲଗଉଛନ୍‌। ଇ ସେବା କାଯ୍‌ ସେ ମାସେ କି ଦୁଇମାସ ନୁହେ ଗଲା ୨ ବଛର ହେଲା କରିଆସୁଛନ୍‌। ହପ୍‌ତାକ ଥରେ ସେ ଭିକାରିମାନକୁ ଖାଏବାକେ ଦେଇ ମାନ୍‌ସିକ ଶିଅଁାତି ପାଉଥିବାର କହିଛନ୍‌। ଫିଦିନ ସଖାଲୁ ଦୁକାନ ଖୁଲି ସାଇକେଲ ମରାମତି କରୁଛନ୍‌। ମରାମତିକେ ନେଇ କାହାରି ସଂଗେ ମୁଲ୍‌ଚାଲ କି ରେଁଝେଁ ନାଇଁକରନ୍‌, ଯେ ଯାହା ଦେଲା ଖୁସିରେ ରଖୁଛନ୍‌। ଅଲପ୍‌ ଆଏରେ ବି ତାକର ପରିବାର ହସ୍‌ଖୁସିରେ ଚଲୁଛେ। ଇ ସେବା କାଯ୍‌ ବାବ୍‌ଦେ ଅଜିତକୁଁ ପଚରାଲାରୁ ଆଗିଅଁା ମୁଇଁ ଝନେ ନିହାତି ଗରିବ୍‌ ପରିବାରର ପିଲା। ଛୁଆଦିନୁ ଅଭାବ୍‌ ଅନାଟନ ଭିତରେ ବଢ଼ିଛେଁ। ଗରିବୀକେ ବହୁତ୍‌ ପାସୁ ଦେଖିଛେଁ। ଭୁଖ୍‌ କାଣା ଯେ ନିଜେ ଅନୁଭବ କରିଛେଁ। ସେଥିରଲାଗି ମୁଇଁ ଯେତେ ଦୂର ସମ୍‌ଭବ ଇ ଗରିବ୍‌ଦୁଖି ଭିଖାରିମାନକୁ ହପ୍‌ତାକ ଥରେ ଖାଏବାକେ ଦେଉଛେଁ। ସେମାନକୁ ଖୁସିରେ ଖାଏବାର ଦେଖି ମୋର ହୁରୁଦ୍‌ ଶିତଲ ପଡ଼ିଯାଏସି। ଇ କାଯ୍‌ରେ ମୋତେ ମାନ୍‌ସିକ ଶିଅଁାତି ମିଲୁଛେ ବଲି ସେ କହିଥିଲେ।