ସମାଜିକ ଦୂରତା ରଖି ରାସ୍ତାରୋକୋ

ସମ୍ବଲପୁର,୧୯ା୪(ବ୍ୟୁରୋ)-ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ୍‌ ଖିଣ୍ଡା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି। ଏହାକୁ ନେଇ ସ୍ଥାନୀୟ ମହିଳମାନେ ଗ୍ରାମ୍ୟ ରାସ୍ତା ଅବରୋଧ କରିଥିଲେ। ରାସ୍ତା ଉପରେ ମାଠିଆ ଗରା ରଖି ମହିଳାମାନେ ସାମାଜିକ ଦୂରତା ନିୟମ ଅନୁଯାୟୀ ରାସ୍ତା ଉପରେ ଠିଆ ହୋଇଥିଲେ। ସମସ୍ତେ ମୁହଁରେ ମାକ୍ସ ପିନ୍ଧିବା ସହ ହାତରେ ଫ୍ଳାକାର୍ଡ ଧରିଥିଲେ। ଜଳ ସଞ୍ଚୟ କରିବା ସହିତ ପରିବାରକୁ ସ୍ବଚ୍ଛ ପିଇବା ପାଣି ଯୋଗାଇ ଦେବାକୁ ସେମାନେ ଦାବି କରିଥିଲେ। ପରେ ଠେଲକୋଲି ପୋଲିସ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ା ବ୍ଳକ ପ୍ରଶାସନ ପକ୍ଷରୁ ପାନୀୟ ଜଳ ଯୋଗାଣ ପାଇଁ ପ୍ରତିଶ୍ରୃତି ଦିଆଯାଇଥିଲା। କମ୍ପାନୀ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ। ଟ୍ୟାଙ୍କରରେ ଡ୍ରାଇଭର ଓ ପରିଚାଳନା କରୁଥିବା ଅଧିକାରୀଙ୍କ ନାମ ରହିବ। ଯଦି ସମସ୍ୟା ହୁଏ ଲୋକମାନେ ଫୋନ କରି ଅଭିଯୋଗ କରି ପାରିବେ ବୋଲି ଆଲୋଚନା ହୋଇ ସ୍ଥିର ହୋଇଥିଲା । ଖିଣ୍ଡା ସରପଞ୍ଚ ନୀଳାବତି ଓରାମ, ହେମନ୍ତ ପାଣ୍ଡେ, ଜୟନ୍ତୀ ରାହିଦାସଙ୍କ ସମେତ କମ୍ପାନୀ ଅଧିକାରୀ ଉପସ୍ଥିତ ରହିଥିଲେ।