Categories: ଜାତୀୟ

ସମାଜବାଦୀ ପାର୍ଟିକୁ ଲାଗିପାରେ ବଡ଼ ଝଟ୍‌କା: ଭାଜପାରେ ସାମିଲ ହୋଇପାରନ୍ତି ଅଖିଳେଶଙ୍କ ବନ୍ଧୁ

ଲକ୍ଷ୍ନୌ,୧।୧୦: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି(ଏସ୍‌ପି)କୁ ଲାଗିପାରେ ବଡ଼ ଝଟ୍‌କା। ଏସ୍‌ପିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ନିକଟତମ ବନ୍ଧୁ ତଥା ଗତ ସରକାରରେ ମନ୍ତ୍ରୀ ଥିବା ଅଭିଷେକ ମିଶ୍ରା ଖୁବ୍‌ଶୀଘ୍ର ଭାଜପାରେ ଯୋଗଦେଇପାରନ୍ତି। ବର୍ତ୍ତମାନ ଦିଲ୍ଲୀର ଭାଜପା ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ବାରୀଙ୍କ ସହ ଏସ୍‌ପିର ବରିଷ୍ଠ ନେତା ଅଭିଷେକଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହାପରେ ଅଭିଷେକ ଭାଜପାରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୭ରେ ଆମେରିକାରୁ ଫେରିବା ସମୟରେ ପାଲାମ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ ଶୋ’ ସମୟରେ ଅଭିଷେକ ମନୋଜଙ୍କ ସହ ସାମିଲ ହୋଇଥିଲେ। ଅଭିଷେକ ଓ ମନୋଜଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଏନେଇ ଅଭିଷେକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Share