ସମସ୍ୟା ଘେରରେ ମୁଣ୍ଡାପଙ୍ଗା ଗାଁ

କୋଟଗଡ,୧୪ା୧୨(ଡି.ଏନ.ଏ)-ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ଏବେ ମଧ୍ୟ କେତେକ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେଉନାହିଁ। ଏହା ଦେଖିବାକୁ ମିଳିଛି କୋଟଗଡ ବ୍ଲକ ସୁବର୍ଣ୍ଣଗିରି ଗ୍ରାମପଞ୍ଚାୟତ ମୁଣ୍ଡାପଙ୍ଗା ଗ୍ରାମରେ। ଉକ୍ତ ଗାଁରେ ୩୦ ପରିବାର ବସବାସ କରୁଛନ୍ତି। ହେଲେ ଏଠାରେ ପିଇବାପାଣିର ବ୍ୟବସ୍ଥା, ସ୍କୁଲ ଯିବା ପାଇଁ ଛାତ୍ରୀଛାତ୍ରଙ୍କ ଲାଗି ଭଲ ରାସ୍ତା ନାହିଁ, ପ୍ରାଧାନମନ୍ତ୍ରୀ ଆବାସ ଗୃହ, ବିଜୁ ପକ୍କାଘର, ବିପିଏଲ୍‌ ଚାଉଳ, କିରୋସିନ ଆଦି ସୁବିଧା ପାଇବାରେ ଗ୍ରାମବାସୀ ବଞ୍ଚତ୍ତ ଥିବା ଗ୍ରାମର ବିଦ୍ୟାଧର ପ୍ରଧାନ, ମଲେନ୍ଦ୍ର ପ୍ରଧାନ କହିଛନ୍ତି। କୋଟଗଡ ସଦରମହକୁମାରୁ ୫୦ କି.ମି. ଦୂର ମୁଣ୍ଡାପଙ୍ଗାର କୌଣସି ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହେଲେ ଖଟିଆ ସାହାଯ୍ୟରେ ବୁହାହୋଇ ଯିବାକୁ ପଡେ। ଏ ନେଇ ବୁଡୁକି ୱାର୍ଡମେମ୍ବର ବିଲାତ ପ୍ରଧାନ ବ୍ଲକ ପ୍ରଶାସନଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଗାଁରେ ନଳକୂପ ନ ଥିବାରୁ ଲୋକେ ନାଳ ପୋଖରୀର ଦୂଷିତ ପାଣି ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। ତେବେ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ପୁଣି ବିଜେଡିର ବିଧାନସଭା ପ୍ରାର୍ଥୀ

ଦାରିଙ୍ଗବାଡ଼ି,୨୭ା୩(ଅରୁଣ ସାହୁ): ବିଧାୟକ ପ୍ରାର୍ଥୀ ଭାବେ ସାଲୁଗା ପ୍ରଧାନଙ୍କୁ ପୁନର୍ବାର ବିଜେଡିର ପ୍ରାର୍ଥୀପତ୍ର ଘୋଷଣା କରିବା ପରେ ଦାରିଙ୍ଗବାଡ଼ିଠାରେ ବିଜୁ ଜନତା ଦଳ ସମେତ ବିଭିନ୍ନ...

ମା’ ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ; ଦାରିଙ୍ଗବାଡ଼ିରେ ଭକ୍ତିମୟ ପରିବେଶ

ଦାରିଙ୍ଗବାଡି, ୨୭।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ମା’ଠାକୁରାଣୀଙ୍କ ଯାତ୍ରା -୨୦୨୪ ନିମନ୍ତେ ବୁଧବାର ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏହି ଅବସରରେ ମା’ଠାକୁରାଣୀ...

ଭାଗବତ ଟୁଙ୍ଗିରେ ସଂକୀର୍ତ୍ତନ ସହ ହୋଲି

ଦାରିଙ୍ଗବାଡି,୨୬।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ରଙ୍ଗର ପର୍ବ ହୋଲି ବଡ଼ ଧୁମ୍‌ଧାମରେ ପାଳନ ହୋଇଛି। ବିଶେଷ କରି ଛୋଟ...

ଗାଁଠୁ ସହର ସବୁଠି ହୋଲିକୁ ନେଇ ଚଳଚଞ୍ଚଳ

ବାଲିଗୁଡା,୨୬।୩:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ରଙ୍ଗର ପର୍ବ ହୋଲି । ଏହି ଦିନରେ ସମସ୍ତେ ପର ଆପଣା ଭେଦଭାବ ଭୁଲି ପରସ୍ପରକୁ ରଙ୍ଗ ଲଗାଇଥାନ୍ତି। ଗାଁଠୁ...

ଅଭାବୀ ବିକ୍ରିର ଶିକାର ହେଉଛନ୍ତି ହଳଦୀଚାଷୀ

ଦାରିଙ୍ଗବାଡି,୨୫ା୩ (ଅରୁଣ ସାହୁ)କନ୍ଧମାଳ ହଳଦୀର ଅଭାବି ବିକ୍ରୀ ଏବେ ଚାଷୀଙ୍କୁ ସଂକଟରେ ପକାଇଛି। ଗୋଟିଏ ପଟେ ସାହୁକାର ଋଣ, ଅନ୍ୟପଟେ ଅମଳରେ ହ୍ରାସ ପାଇ ଚାଷୀ...

ବାଇକ୍‌-ଟ୍ରାକ୍ଟର ମୁହାଁମୁହିଁ: ଜଣେ ଗୁରୁତର

ଦାରିଙ୍ଗବାଡ଼ି,୨୫।୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ିର ଜାତୀୟ ରାଜପଥ ଉପରେ ସୋମବାର ଏକ ଦୁର୍ଘଟଣାରେ ବାଇକ୍‌ ଚାଳକ ମିଲନ ପ୍ରଧାନ ଗୁରୁତର ହୋଇଛନ୍ତି।...

ଆଳୁଚପ୍‌ରୁ ବାହାରିଲା ଲୁହା କଣ୍ଟା, ଭାଇରାଲ ହେଉଛି ଫଟୋ

ଦାରିଙ୍ଗବାଡ଼ି,୨୩ା୩(ଅରୁଣ ସାହୁ): ଆଳୁଚପ୍‌ରୁ ଲୁହା କଣ୍ଟା ବାହାରିବା କଥା ଶୁଣିଲେ ମନରେ ଭୟ ଜାତ ହେଉଛି। ମାତ୍ର ଏହା ସତ। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ...

ସାଧାରଣ ନିର୍ବାଚନ ନେଇ ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ଦାରିଙ୍ଗବାଡ଼ି,୨୩ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ଥାନା ଅଧିକାରୀ ଚିରଞ୍ଜିବୀ ବେହେରାଙ୍କ ନେତୃତ୍ୱରେ ସବ୍‌ଇନ୍ସପେକ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri