ସମସ୍ୟାରେ ଅଟକିଛି ବାରିଝୋଲା ବିକାଶ

ରାୟଗଡ଼ା ଅଫିସ, ୨୦ା୧- ରାୟଗଡ଼ା ଜିଲା ସଦର ବ୍ଲକ୍‌ ହାଲୁଆ ପଞ୍ଚାୟତ ବାରିଝୋଲା ଗାଁରେ ଅନେକ ସମସ୍ୟା ଲାଗି ରହିଛି। ଦୀର୍ଘ ଦିନ ହେଲା ଶିକ୍ଷା, ସ୍ବାସ୍ଥ୍ୟ ଓ ପାନୀୟ ଜଳର ସମସ୍ୟା ରହିଥିଲେ ମଧ୍ୟ ତାହାର ସମାଧାନ ପାଇଁ ଆନ୍ତରିକତା ନ ଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ।
ଗାଁରେ ୧୯୮୬ ନଭେମ୍ବର ୨୭ରେ ସ୍ଥାପନ ହୋଇଥିଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଇତିମଧ୍ୟରେ ୩୩ବର୍ଷ ବିତି ଯାଇଥିଲେ ମଧ୍ୟ ବିଦ୍ୟାଳୟର ମରାମତି ହୋଇପାରୁନାହିଁ। ସ୍କୁଲ୍‌ ରୋଷେଇ ଘର ଛାତରେ କଣା ହୋଇଥିବାରୁ ବର୍ଷା ହେଲେ ପାଣି ଜମୁଛି। ସ୍କୁଲ୍‌ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯୫ ପିଲା ପାଠ ପଢ଼ୁଥିବାବେଳେ ସେମାନଙ୍କ ପାଇଁ ରହିଛି ୫ ଶ୍ରେଣୀଗୃହ। ହେଲେ ଶ୍ରେଣୀ କୋଠା ଅବସ୍ଥା ଯେପରି, କାନ୍ଥ ଭୁଶୁଡ଼ି ପଡ଼ିବା ଆଶଙ୍କା ରହିଛି। ସ୍କୁଲ୍‌ ପରିସରରେ ନଳକୂପଟିଏ ମଧ୍ୟ ନ ଥିବାରୁ ବାହାରୁ ପାଣି ଅଣାଯାଉଛି। ଏ ବିଷୟରେ ସ୍କୁଲ୍‌ର ପ୍ରଧାନଶିକ୍ଷକ ଶରତ କୁମାର ମାଦଳା କହିଛନ୍ତି, ସମସ୍ୟା ନେଇ ବାରମ୍ବାର ବିଇଓଙ୍କୁ ଅବଗତ କରାଯାଇଛି, ମାତ୍ର କୌଣସି ପଦକ୍ଷେପ ନିଆଯାଇନାହିଁ। ସେହିପରି ବାରିଝୋଲା ଗାଁରେ ପାନୀୟ ଜଳର ଘୋର ଅଭାବ ନେଇ ମହିଳାମାନେ କହିଛନ୍ତି। ୪ବର୍ଷ ତଳୁ ଏଠାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ଟାଙ୍କି ନିର୍ମାଣ ହେଲେ ବୋର୍‌ଓ୍ବେଲ୍‌ ପାଣି ସେଠାରେ ସଂରକ୍ଷଣ କରି ରଖାଯାଇପାରିବ ଏବଂ ଗ୍ରାମବାସୀଙ୍କ ଜଳ ସଙ୍କଟ ଦୂର ହୋଇପାରିବ। ହେଲେ ଏ ପର୍ଯ୍ୟନ୍ତ ପ୍ରକଳ୍ପ ନିର୍ମାଣ ହୋଇପାରିନାହିଁ। ଗ୍ରାମରେ ଜନସ୍ବାସ୍ଥ୍ୟ ବିଭାଗ ପାନୀୟ ଜଳ ଯୋଗାଉଛି। ହେଲେ ତାହା ଗ୍ରାମବାସୀଙ୍କ ପାଇଁ ଯଥେଷ୍ଟ ହୋଇପାରୁନାହିଁ। ଏ ନେଇ ସରପଞ୍ଚ ସରସ୍ବତୀ ବିଡ଼ିକା କହିଛନ୍ତି, ଜେଇଙ୍କ ଅବହେଳା ଯୋଗୁ ଏପରି ସମସ୍ୟା ହେଉଛି। ଗାଁରେ ଟାଙ୍କି ପାଇଁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗକୁ କହିଛୁ। ଅଙ୍ଗନୱାଡ଼ି କେନ୍ଦ୍ରରେ ପାଣି ଗଳୁଛି। ଏହାର ମରାମତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନାହିଁ। ଏହାଦ୍ୱାରା ପିଲାମାନେ ଖେଳ ଓ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ପ୍ରତିମାସରେ ଗର୍ଭବତୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାରେ ବାଧକ ଉପୁଜୁଥିବା ଅଙ୍ଗନୱାଡ଼ି କର୍ମୀ ଉମାବତୀ ବିଡିକା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri