Categories: ଜାତୀୟ

ସମସ୍ତ ରାସ୍ତାକୁ ଖାଲଖମାରୁ ମୁକ୍ତ କରିବାକୁ ଯୋଗୀ ସରକାରଙ୍କ ନିର୍ଦ୍ଦେଶ

ଲକ୍ଷ୍ନୌ,୧୮।୧୦: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଦେଶର ସମସ୍ତ ରାସ୍ତାକୁ ଖାଲଖମାରୁ ମୁକ୍ତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଲୋକଭବନରେ ଆୟୋଜିତ ହୋଇଥିବା ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଖରାପ ସଡ଼କକୁ ନେଇ କ୍ରୋଦ୍ଧ ପ୍ରକାଶ କରିଥିଲେ। ଏଥିସହ ସେ କହିଥିଲେ, ଜାତୀୟ ମାର୍ଗଗୁଡ଼ିକର ଅବସ୍ଥା ବହୁତ ଖରାପ ରହିଛି। ଯେଉଁଠାରେ ନିର୍ମାଣ କାମ ଚାଲିଛି ସେଠାରେ କୌଣସି ବିକଳ୍ପର ବ୍ୟବସ୍ଥା କରାଯାଇନାହିଁ। ଫଳରେ ଲୋକଙ୍କୁ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଣୁ ସେ ଏନ୍‌ଏଚ୍‌ଏଆଇ ଅଧିକାରୀଙ୍କୁ ଗୋରଖପୁର-ବାରାଣସୀ, ମଉ-ଗୋରଖପୁର ଓ ମଉ-ବାରାଣସୀ ରାସ୍ତାର ନିରୀକ୍ଷଣ କରି ଏକ ରିପୋର୍ଟ ଦେବା ସହ ନଭେମ୍ବର ୧୫ ପର୍ଯ୍ୟନ୍ତ ଖାଲଖମାରୁ ମୁକ୍ତ କରିବାକୁ କହିଛନ୍ତି। କେବଳ ସେତିକି ନୁହେଁ ଏହାର ସମୀକ୍ଷା କରି ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରଣାଳୟକୁ ଏକ ଚିଠି ଲେଖିବା ପାଇଁ ଯୋଗୀ ଆଦିତ୍ୟନାଥ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share