Categories: ଜାତୀୟ

ସମସ୍ତଙ୍କୁ ମିଳିବ ନ୍ୟାୟ: ମୋଦି

ନୂଆଦିଲ୍ଲୀ,୨୯।୨: ଦେଶରେ ଭାଜପା ସରକାର ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଆଧାରରେ ଶାସନ ଜାରି ରଖିଛି। ଏହା ଅନ୍ତର୍ଗତ ସମାଜର ସମସ୍ତ ଜନସାଧାରଣଙ୍କୁ ନ୍ୟାୟ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଉତ୍ତରପ୍ରଦେଶ ପ୍ରୟାଗରାଜରେ ଏକ ରାଲିରେ ଯୋଗଦେଇ ମୋଦି ଏଭଳି କହିଛନ୍ତି। ଦେଶର ୧୩୦ କୋଟି ଜନସାଧାରଣଙ୍କ ପାଖରେ ଆବଶ୍ୟକୀୟ ସୁବିଧା ସୁଯୋଗ ପହଞ୍ଚାଇବା ଲକ୍ଷ୍ୟ ନେଇ ଭାଜପା ସରକାର କାର୍ଯ୍ୟ କରୁଥିବା ସେ କହିଛନ୍ତି। ସମାଜର ପ୍ରତିଟି ବର୍ଗର ବିକାଶକୁ ଭାଜପା ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି। ବିଭିନ୍ନ ଲୋକ କଲ୍ୟାଣକାରୀ ଯୋଜନାର ପ୍ରଣୟନ କରାଯାଇଛି ଏବଂ ଅଗାମୀ ଦିନରେ ଏଭଳି ବହୁ କାର୍ଯ୍ୟ ସମ୍ପର୍କରେ ସରକାର ଚିନ୍ତା କରୁଥିବା ମୋଦି କହିଛନ୍ତି। ସରକାର କୃଷକଙ୍କ ଆର୍ଥିକ ବିକାଶ ପାଇଁ ବହୁ ଯୋଜନା ହାତକୁ ନେଇଥିବା ସେ ସୂଚନା ଦେଇଛନ୍ତି।

Share