ସମସିଆ ଘେରରେ ଭୋଇପାଲିବାସୀ: ନଲ୍‌ଚୁଆଁରୁ ବାହାରୁଛେ ଦୂଷିତ୍‌ ପାଏନ୍‌

ସମ୍ବଲପୁର,୬ା୬(ବ୍ୟୁରୋ)- ସମ୍ବଲପୁର ମହାନଗର ନିଗମରେ ସାମିଲ ହେଇଥିବାର ୧୨ଟା ପଁଚେତ୍‌ବାସୀ ଅନେକ ସମସିଆରେ ବୁଡ଼ି ରହିଛନ୍‌। ବଡ଼ଭାରି ହିସାବେ ମହାନଗର ନିଗମର ସୀମାନାରେ ଥିବାର ଗାଁବାସୀମାନେ ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଉଛନ୍‌। ରାସ୍‌ତାଘାଟ, ଆବାସ ଯୋଜନା, ପେନସନ ଯୋଜନା, ପିଇଲା ପାଏନ୍‌ ସମସିଆ ଲେଖେଁ ଅନେକ ସମସିଆ ସଂଗେ ଯୁଝୁଛନ୍‌। ମହାନଗର ନିଗମର ୪୦ ନଂ. ଓ୍ବାର୍ଡର ଭୋଇପାଲି ଇ ଭିତରୁ ଗୁଟେ ଆଏ। ଏହେଦେ ଇ ଗାଁରେ ପିଇଲା ପାଏନ୍‌ଟା ମୁଖିଆ ସମସିଆ ହେଇଛେ। ଗାଁରେ ଥିବାର ନଲ୍‌ଚୁଆଁ ରୁ ପୋକ୍‌ ଆର ଲୁହାଗୁଁଡ଼ ମିଶା ଦୂଷିତ ପାଏନ୍‌ ବାହାରୁଛେ। ପାଏନ୍‌ ବେଭାର କଲା ଲେଖେଁ ଅବସ୍‌ତାରେ ନାଁଇଁନ। ହେଲେ ଗାଁବାସୀ ଉପେ ଶୂଇନ୍‌ ହେଇ ଇ ପାଏନ୍‌କେ ଖାଏବା ପିଇବା, ରଁଧାବଢ଼ାରେ ବେଭାର କରୁଥିବାର ଗାଁର ମହିଲାମାନେ କହିଛନ୍‌। ସେମାନେ ଆହୁରି କହିଛନ୍‌ ଯେ, ଇ ନଲ୍‌ଚୁଆଁ ସମସିଆ ବାବ୍‌ଦେ ଜନସ୍ବାସ୍ଥ୍ୟ ବିଭାଗ ଅଫିସକେ ଯାଇ ଦୁଇଥର ଅଭିଯୋଗ ପତର ଦେଇଛୁଁ। ମରାମତି କାମ୍‌ ହେଇଯିବା ବଲି ସେମାନେ କଥା ଦେଇଥିଲେ। ହେଲେ ଆଏଜ୍‌କେ ମାସେରୁ ଅଧ୍‌କା ହେଲା କାହାରି ଦେଖାଦରଶନ୍‌ ନାଇଁ ମିଲବାର ବଲି ସେମାନେ ଅଭିଯୋଗ କରିଛନ୍‌। ଆମେ ପାଏନ୍‌ ଲାଗି ବଡ଼ା ଗୁଲଗୁଲା ହେଉଛୁଁ, ଆଘ କେନାଲ ଆର ବଁଧର ପାଏନ୍‌ ଉପରେ ଭରସା କରୁଥିଲୁଁ। ହେଲେ ଏହେଦେ ସେ ସବୁ ଶୁଖା ପଡ଼ିଛେ। ଯେତେ ଜଲଦି ହେବା ପରଶାସନ ସମସିଆର ସମାଧାନ ଦିଗେ ପଦକ୍ଷେପ ନେଉ, ନାଇଁ ହେଲେ ଆଏବାର ଦିନେ ଉଲଗୁଲାନର ଡାକ୍‌ରା ଦିଆଯିବା ବଲି ଗାଁବାସୀ ଚେତାବନୀ ଦେଇଛନ୍‌। ଇତାର ବାହାରେ ଗାଁର ବଁଧ୍‌ର ପୁନରୁଧାର କରି ଥାୟୀଭାବେ ପାଏନ୍‌ ସମସିଆର ସମାଧାନ କରାଯାଉ, ରାସ୍‌ତାଘାଟ ମରାମତି କରାଯାଉ, ସର୍ଭେ କରି ହକ୍‌ଦାର ହିତାଧିକାରୀମାନକୁ ପେନସନ ଦେବାର ବେବସ୍‌ତା କରାଯାଉ ବଲି ଥାନୀୟ ମହିଳା ସଂଗଠନର ସଦସ୍ୟ ପୂର୍ଣ୍ଣିମା ମୁଣ୍ଡା ଦାବି କରିଛନ୍‌।