ସବ୍‌ଜେଲ ସ୍ଥାନାନ୍ତର ପ୍ରତିବାଦ୧୨ଘଣ୍ଟିଆ ଦଶପଲ୍ଲା ବନ୍ଦ ପାଳନ

ଦଶପଲ୍ଲା,୧୬।୭(ଡି.ଏନ୍‌.ଏ.)-ଦଶପଲ୍ଲାର ପୁରାତନ ଉପକାରାଗାର ସ୍ଥାନାନ୍ତର ପ୍ରକ୍ରିୟାକୁ ଦଶପଲ୍ଲାବାସୀ ଘୋର ବିରୋଧ କରିଛନ୍ତି। ଦୀର୍ଘ ୧୧୦ ବର୍ଷର ପୁରୁଣା ଏହି ଉପକାରାଗାରକୁ ସରକାର ନୟାଗଡକୁ ସ୍ଥାନାନ୍ତର କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ବିରୋଧ କରି ଦଶପଲ୍ଲା ଜେଲ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ୧୨ ଘଣ୍ଟିଆ ଦଶପଲ୍ଲା ବନ୍ଦ ପାଳନ କରାଯାଇଛି । ସକାଳ ୬ଟାରୁ କମିଟିର ସଦସ୍ୟମାନେ ଦଶପଲ୍ଲା ସହରର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିବା ସହ ଦୋକାନ ବଜାର ବନ୍ଦ କରିଥିଲେ। ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ, ଗଣିଆଁ, ଭଞ୍ଜନଗର ଆଦିକୁ ସଂଯୋଗ କରିଥିବା ସମସ୍ତ ରାସ୍ତାରେ ଯାନବାହନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡିମୋଟର ଅଟକି ରହିଥିଲା ା ଜେଲ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସବ୍‌ଜେଲ ଫାଟକ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ଦଶପଲ୍ଲା ଓକିଲ ସଂଘ ପକ୍ଷରୁ କୋର୍ଟ ସମ୍ମୁଖରେ ସବ୍‌ଜେଲ ସ୍ଥାନାନ୍ତରକୁ ବିରୋଧ କରି ନାରାବାଜି ଦିଆଯାଇଥିଲା। ଦଶପଲ୍ଲା ସହରରେ ଥିବା ବ୍ୟାଙ୍କ, ସ୍କୁଲ, କଲେଜ ସହ ସମସ୍ତ ସରକାରୀ କାଯର୍‌ୟାଳୟ ଆଗରେ କମିଟିର ସଦସ୍ୟ ଓ ଆଇନଜୀବୀ ମାନେ ବିକ୍ଷୋଭ ପ୍ରଦର୍ଶନ କରି ବନ୍ଦ କରାଇଥିଲେ। ଏପରି କି ଦଶପଲ୍ଲା ଅଦାଲତ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଯୋଗୁ ବିଚାରପତି ମଧ୍ୟ କୋର୍ଟ ପରିସରକୁ ଯାଇ ନ ପାରି ଫାଟକ ଆଗରୁ ଫେରିଆସିଥିଲେ। ବନ୍ଦ ପ୍ରଭାବରେ ଗାଡ଼ି ଚଳାଚଳ ବନ୍ଦ ରହିବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। ମଧ୍ୟାହ୍ନ ୧୨ଟା ପରେ ଗାଡି ଚଳାଚଳକୁ ସ୍ବାଭାବିକ କରାଯାଇଥିଲେ ମଧ୍ୟ ଅପରାହ୍ନ ପ୍ରାୟ ୬ ପର୍ଯ୍ୟନ୍ତ ଦୋକାନ ବଜାର ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ରାଜ୍ୟ ସରକାର ଯେପର୍ଯ୍ୟନ୍ତ ଦଶପଲ୍ଲା ସବ୍‌ଜେଲ ସ୍ଥାନାନ୍ତର ନିଷ୍ପତ୍ତିକୁ ପ୍ରତ୍ୟାହାର ନ କରିଛନ୍ତି, ସେପର୍ଯ୍ୟନ୍ତ ଦଶପଲ୍ଲା ଆଇନଜୀବୀମାନେ କୋର୍ଟକାର୍ଯ୍ୟ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri