Categories: ଜାତୀୟ

‘ସବୁ ଏକ୍‌ଜିଟ୍‌ ପୋଲ୍‌ ମିଛ ନୁହେଁ’

ଶ୍ରୀନଗର,୨୦।୫: ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟକୁ ଜାମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ସବୁ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ କେବେହେଲେ ମିଛ ହୋଇପାରିବ ନାହିଁ। ୨୩ ତାରିଖରେ କ’ଣ ଫଳାଫଳ ଆସୁଛି ତାକୁ ସମସ୍ତେ ଅପେକ୍ଷା କରିବା ଉଚିତ। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦ୍ୱିତୀୟ ପାଳିରେ ବି ଲୋକଙ୍କ ସେବା କରିବୁ ବୋଲି ଭାଜପାର ବରିଷ୍ଠ ନେତା କବିନ୍ଦର ଗୁପ୍ତା କହିଛନ୍ତି। ପିଡ଼ିପି ନେତା ନଇମ୍‌ ଅଖତର୍‌ ଏକ୍‌ଜିଟ୍‌ ପୋଲ୍‌କୁ ଭରସା ନ କରି ମେ ୨୩କୁ ଅପେକ୍ଷା କରିବା ଉଚିତ ବୋଲି କହିଛନ୍ତି।

Share