Categories: ଜାତୀୟ

ସବୁ ଏକ୍‌ଜିଟ୍‌ ପୋଲ୍‌ ଭୁଲ୍‌: ଶଶି ଥରୁର

ନୂଆଦିଲ୍ଲୀ,୨୦।୫: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ସୋମବାର ସମସ୍ତ ଏକ୍‌ଜିଟ୍‌ ପୋଲ୍‌ର ଆକଳନକୁ ଭୁଲ୍‌ ବୋଲି କହିଛନ୍ତି। ସେ କହିଛନ୍ତି, ମେ ୨୩ ପର୍ଯ୍ୟନ୍ତ ଅପେକ୍ଷା କଲେ ପ୍ରକୃତ ଫଳାଫଳ ଜଣାପଡିବ। ଥରୁର ଟୁଇଟ୍‌ କରି କହିଛନ୍ତି କି ଗତ ସପ୍ତାହରେ ଅଷ୍ଟ୍ରେଲିଆର ସମସ୍ତ ୫୬ ଏକ୍‌ଜିଟ୍‌ ପୋଲ୍‌ ଭୁଲ୍‌ ପ୍ରମାଣିତ ହୋଇଥିଲା। ଭାରତରେ ଅନେକ ଲୋକ ପ୍ରକୃତ ଫଳାଫଳ ଆସିବା ପୂର୍ବରୁ ଭୟ କରୁଥିବାରୁ ଏକ୍‌ଜିଟ୍‌ ପୋଲ୍‌ କଥା ଉଠାଉଛନ୍ତି। ତେଣୁ ଆମକୁ ମେ ୨୩ ପର୍ଯ୍ୟନ୍ତ ଅପେକ୍ଷା ରଖିବାକୁ ପଡିବ ବୋଲି ଥରୁର କହିଛନ୍ତି।

Share