ସବୁଜ ମହାନଦୀ ଗଣଦୌଡ଼ଗଛ ବିନା ଜୀବନ ବଞ୍ଚତ୍ବା କଷ୍ଟସାଧ୍ୟ

ଗଣିଆ,୧୬ା୭(ଡି.ଏନ.ଏ.): ନୟାଗଡ଼ ବନଖଣ୍ଡ ତରଫରୁ ଗଣିଆ ବନାଞ୍ଚଳରେ ସୋମବାର ସବୁଜ ମହାନଦୀ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି। ଦଶପଲ୍ଲା ବିଧାୟକ ରମେଶଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଗଣଦୌଡର ଶୁଭାରମ୍ଭ କରିଥିଲେ। ସକାଳୁ ଗଣିଆସ୍ଥିତ ରାମମନ୍ଦିର ସମ୍ମୁଖରୁ ଗଣଦୌଡ ଆରମ୍ଭ ହୋଇ କିଶୋରପ୍ରସାଦ ପଞ୍ଚାୟତସ୍ଥିତ ଡ. ଆର.ସି. ସାମନ୍ତରାୟ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ପରିସରରେ ଉଦ୍‌ଯାପିତ ହୋଇଥିଲା। ଗଣଦୌଡରେ ବିଧାୟକଙ୍କ ସମେତ ଗଣିଆ ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ, ନୟାଗଡ଼ ବନଖଣ୍ଡ ଡିଏଫଓ ଧନରାଜ.ଏଚ୍‌.ଡି, ନୟାଗଡ଼ ଏସ୍‌ପି ଶଶିଭୂଷଣ ଶତପଥୀ, ନୟାଗଡ଼ ବନଖଣ୍ଡ ଏସିଏଫ୍‌ ଅରବିନ୍ଦ ମହାନ୍ତି, ଜିଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା, ମହାବିଦ୍ୟାଳୟ ସମ୍ପାଦକ ଏଲଡାଡ କାଇଣ୍ଡ ସେଥ୍‌, ଅଧ୍ୟକ୍ଷ ମଳୟ ରଞ୍ଜନ ପଣ୍ଡା, ସମସ୍ତ ପଞ୍ଚାୟତ ପ୍ରତିନିଧି, ବୁଦ୍ଧିଜୀବୀ, ଗଣିଆ ବନାଞ୍ଚଳ ଅଧିକାରୀ ନିଖିଳେଶ ମଲ୍ଲିକ, ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ବେଣୁଧର ବେହେରା, ଗଣିଆ ବନାଞ୍ଚଳର ସମସ୍ତ କର୍ମଚାରୀ, ମହାବିଦ୍ୟାଳୟ ଛାତ୍ରୀଛାତ୍ର ସାମିଲ ହୋଇଥିଲେ। ଗଣିଆଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ଛକ ସ୍ଥାନରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା। ଗଣିଆ ପୋଲିସ ସହ ଜରୁରିକାଳୀନ ସେବା ଯୋଗାଇଦେବା ପାଇଁ ଅଗ୍ନିଶମ ବିଭାଗ ଓ ୧୦୮ ଆମ୍ବୁଲାନ୍ସ ଏଥିରେ ଯୋଗଦେଇଥିଲେ। ପରେ ମହାବିଦ୍ୟାଳୟ ପରିସରରେ ଏକ ସଚେତନତା ସଭା କରାଯାଇଥିଲା ା ଦିନକୁ ଦିନ ମହାନଦୀ ଅବବାହିକାରେ ଜଙ୍ଗଲ ସମ୍ପଦ ହ୍ରାସ ପାଉଥିବାରୁ ମହାନଦୀର ଜଳସ୍ରୋତ ହ୍ରାସ ପାଇବା ସହ ମୃତ୍ତିକା ଅବକ୍ଷୟ ଘଟି ନଦୀଗର୍ଭ ପୋତି ହେବାରେ ଲାଗିଛି ା ତେବେ ଏହାର ଚିରସ୍ରୋତା ଗୁଣକୁ ଅକ୍ଷୁଣ୍ଣ ରଖିବାକୁ ହେଲେ ମହାନଦୀର ଉଭୟ ପାର୍ଶ୍ୱରେ ସବୁଜ ବଳୟ ସୃଷ୍ଟି ହେବା ଦରକାର ା ସେହିପରି ଜଙ୍ଗଲ ସମ୍ପଦ ହ୍ରାସ ଯୋଗୁ ପ୍ରାକୃତିକ ପରିବେଶ ଦୂଷିତ ହେବାରେ ଲାଗିଛି ା ଗଛ ବିନା ଜୀବନ ବଞ୍ଚତ୍ବା କଷ୍ଟସାଧ୍ୟ। ତେଣୁ ସମସ୍ତେ ମିଳିମିଶି ବହୁ ପରିମାଣରେ ଗଛ ଲଗାଇବା ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଗଣଦୌଡରେ ସାମିଲ ହୋଇ ମନୋନୀତ ୧୮ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨ଜଣଙ୍କୁ ସ୍ବର୍ଣ୍ଣ, ୨ଜଣଙ୍କୁ ରୌପ୍ୟ ଓ ୧୪ଜଣଙ୍କୁ ବ୍ରୋଞ୍ଜ ପଦକ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ଶୁଭାଙ୍ଗୀ ଦତ୍ତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଅଭିନେତ୍ରୀ ଶୁଭାଙ୍ଗୀ ଦତ୍ତଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ସେ ଅନୁପମ ଖେର୍‌ଙ୍କ ନିର୍ଦ୍ଦେଶିତ ‘ତନଭି ଦି ଗ୍ରେଟ୍‌’...

କାର୍ଯ୍ୟରୁ ମୁକ୍ତି ପାଇଁ ମୃତଦେହକୁ ଫିଙ୍ଗିଦେଲା ୟୁପି ପୋଲିସ

ମୀରଟ,୯ା୧୨: ଉତ୍ତରପ୍ରଦେଶ ପୋଲିସ କାର୍ଯ୍ୟରୁ ବର୍ତ୍ତିବା ପାଇଁ ଏକ ମୃତଦେହକୁ ଅନ୍ୟ ଫାଣ୍ଡି ଅଞ୍ଚଳରେ ଫିଙ୍ଗିଦେବା ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ...

ଟୋକନ ସମସ୍ୟା: ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଲେ ଚାଷୀ

ପଦ୍ମପୁର,୯ା୧୨(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ସୋମବାର ୧୧ ଦିନରେ ପହଞ୍ଚିଛି। ହେଲେ...

ବଳାତ୍କାର ମାମଲାରେ ଅଭିନେତା ଦିଲୀପ ଦୋଷମୁକ୍ତ

କୋଚି,୯ା୧୨: ୨୦୧୭ରେ ମାଲୟାଲମ ଚଳଚ୍ଚିତ୍ରର ଜଣେ ଅଭିନେତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଅଭିନେତା ଦିଲୀପଙ୍କୁ ଏର୍ନାକୁଲମ୍‌ ଡିଷ୍ଟ୍ରିକ୍ଟ ଓ ପ୍ରିନ୍ସିପାଲ ସେସନ୍ସ କୋର୍ଟ ଦୋଷମୁକ୍ତ କରିଛନ୍ତି।...

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

ପୁଣିଥରେ ଭାରତକୁ ଧୋକା ଦେବେ ଟ୍ରମ୍ପ, ଲାଗୁ କରିବେ ନୂଆ ଟାରିଫ୍‌

ଓ୍ବାଶିଂଟନ୍‌,୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡିଆନ ସାର ସମେତ ବିଦେଶୀ କୃଷି ଉତ୍ପାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri