୫୬ ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ସ୍ଥିତି ଅତ୍ୟଧିକ ଖରାପ

ନୂଆଦିଲ୍ଲୀ,୧୬-୭: ଆର୍ଥିକ ସ୍ଥିତି ଦୃଷ୍ଟିରୁ ଦେଶରେ ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ସଂଖ୍ୟା ଗତ ୩ ବର୍ଷରେ ବଢ଼ିଚାଲିଛି। ୨୦୧୫-୧୬ରେ ଏହି ସଂଖ୍ୟା ୪୮ ଥିବା ବେଳେ ୨୦୧୭-୧୮ରେ ଏହା ବୃଦ୍ଧି ପାଇ ୫୬ରେ ପହଞ୍ଚତ୍ଲାଣି। ଏମାନଙ୍କ ମଧ୍ୟରେ ଏୟାର ଇଣ୍ଡିଆ ସର୍ବାଗ୍ରେ ରହିଛି। ସବୁଠୁ ଖରାପ ସ୍ଥିତିରେ ଥିବା ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକ ହେଲେ ଏୟାର ଇଣ୍ଡିଆ ଏକ୍ସପ୍ରେସ, ଏୟାର ଇଣ୍ଡିଆ ଇଞ୍ଜିନିୟରିଂ ସର୍ଭିସେସ୍‌ ଲିମିଟେଡ, ଭାରତ କୋକିଙ୍ଗ କୋଲ୍‌ ଲିମିଟେଡ, ଭେଲ୍‌ ଇଲେକ୍ଟ୍ରୋନିକ୍ସ ମେଶିନ ଲିମିଟେଡ ଏବଂ ଏମ୍‌ଟିଏନ୍‌ଏଲ୍‌। ସମସ୍ତ ୫୬ କମ୍ପାନୀଙ୍କ ନେଟ୍‌ଓ୍ବର୍ଥ ୨୦୧୭-୧୮ରେ ମାଇନସ୍‌ ୮୮,୫୫୬ କୋଟି ଟଙ୍କା ରହିଥିବା ବେଳେ ସେମାନଙ୍କ ମୋଟ୍‌ କ୍ଷତିର ପରିମାଣ ୧,୩୨,୩୬୦ କୋଟି ଟଙ୍କାରେ ପହଞ୍ଚତ୍ଲାଣି। ଏୟାର ଇଣ୍ଡିଆର ନେଟ୍‌ଓ୍ବର୍ଥ ମାଇନସ ୨୪,୮୯୩ କୋଟି ଟଙ୍କା ଥିବା ବେଳେ ଏହାର କ୍ଷତିର ପରିମାଣ ୫୩,୯୧୪ କୋଟି ଟଙ୍କା ହୋଇଥିବାରୁ ଏହା କ୍ଷତି ଦୃଷ୍ଟିରୁ ସମସ୍ତ କମ୍ପାନୀଙ୍କ ଆଗରେ ରହିଛି ବୋଲି ରାଜ୍ୟ ସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଭାରି ଉଦ୍ୟୋଗ ଏବଂ ରାଷ୍ଟ୍ରାୟତ୍ତ ସଂସ୍ଥା ମନ୍ତ୍ରୀ ଅରବିନ୍ଦ ଗନପତ ସାଓ୍ବନ୍ତ କହିଛନ୍ତି। କ୍ଷତିରେ ଚାଲୁଥିବା ଏହି କମ୍ପାନୀଙ୍କୁ ପୁନର୍ବାର ମୂଳ ସ୍ଥାନକୁ ଫେରାଇ ଆଣିବା ଲାଗି ପୁନର୍ଗଠନ ଯୋଜନା ହାତକୁ ନିଆଯିବ। ଏଭଳି କମ୍ପାନୀ ଯେପରି ଲାଭର ମୁହ ଦେଖିପାରିବେ ସେନେଇ ସରକାର ପଦକ୍ଷେପ ନେବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି। ଇତିମଧ୍ୟରେ ୬ କମ୍ପାନୀର ପୁନରୁଜ୍ଜୀବନ ପାଇଁ ଆଗତ ଯୋଜନାକୁ ସରକାର ମଞ୍ଜୁରୀ ପ୍ରଦାନ କରିସାରିଛନ୍ତି ବୋଲି ସେ କହିଛନ୍ତି। ସେଗୁଡ଼ିକ ହେଲା ବ୍ରହ୍ମପୁତ୍ର ଭ୍ୟାଲି ଫର୍ଟିଲାଇଜର ନିଗମ ଲିମିଟେହ, ହିନ୍ଦୁସ୍ତାନ ଷ୍ଟିଲ୍‌ଓ୍ବର୍କସ କନଷ୍ଟ୍ରକଶନ ଲିମିଟେଡ, ରିଚାର୍ଡସନ ଆଣ୍ଡ କ୍ରୁଡଡାସ ଲିମିଟେଡ, ନେପା ଲିମିଟେଡ, ହୁଗଲୀ ପ୍ରିଣ୍ଟିଂ ଲିମିଟେଡ ଓ କୋଙ୍କଣ ରେଲଓ୍ବେ ନିଗମ ଲିମିଟେଡ।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri