ସବୁଆଡେ ଖଁ। ଖଁ।

ଭଦ୍ରକ ଅଫିସ, ୨୫ା୪- ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାରୁ ସବୁ ସ୍ତରରେ ଚିନ୍ତା ବଢିଛି। ଜିଲାବାସୀ ଏକ ପ୍ରକାର ଭୟ ଓ ଆତଙ୍କ ମଧ୍ୟରେ କାଳାତିପାତ କରୁଛନ୍ତି। ଶୁକ୍ରବାର ଏକାଦିନେ ୫ ପଜିଟିଭ ଚିହ୍ନଟ ହେବା ପରେ ଏହି ଭୟ ଆହୁରି ବଢିଯାଇଛି। ସଂକ୍ରମଣ ନ ବ୍ୟାପିବା ପାଇଁ ଜିଲାରେ ୬୦ ଘଣ୍ଟିଆ ଶଟ୍‌ ଡାଉନ କରାଯାଇଛି। ଫଳରେ ଜିଲାସାରା ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି। ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇ ପଡ଼ିବା ସହ ଜିଲାରେ ନିରବତାର ରାଜୁତି ଚାଲିଥିବା ପ୍ରତୀୟମାନ ହୋଇଛି।
ଶୁକ୍ରବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବାସୁଦେବପୁର ବ୍ଲକ ଅଞ୍ଚଳର ଜଣେ ହୋଇଥିବା ବେଳେ ଧାମନଗରରୁ ୨ ଓ ତିହିଡ଼ି ବ୍ଲକ ଅଞ୍ଚଳରୁ ୨ ଜଣ ଥିବା ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଏହି ସମସ୍ତ୫ ଜଣଙ୍କ କଲିକତା ଲିଙ୍କ୍‌ ରହିଥିବା କୁହାଯାଇଛି। ଜିଲାରେ ପଜିଟିଭ ରୋଗୀଙ୍କ ସଂଖ୍ୟା ୧୬ ଛୁଇଁଛି। ଏଥିପୂର୍ବରୁ ୨ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଜିଲାରେ ଗୁରୁବାର ରାତି ୧୦ ଟାରୁ ୬୦ ଘଣ୍ଟିିଆ ଶଟ୍‌ ଡାଉନ ଘୋଷଣା କରାଯାଇଛି। ଫଳରେ ରାସ୍ତାଘାଟ ଶୂନଶାନ ସାଙ୍ଗକୁ କେବଳ ଅତ୍ୟାବଶ୍ୟକ ଆମ୍ବୁଲାନ୍ସ, ପୋଲିସ ଓ ନିର୍ଦ୍ଦିଷ୍ଟ କିଛି ଗାଡ଼ି ଚଳାଚଳ କରୁଛି। ଭଦ୍ରକ ପୌରାଞ୍ଚଳ ତଥା ଜିଲାର ସମସ୍ତ ଅଞ୍ଚଳର ପ୍ରବେଶ ପଥଗୁଡ଼ିକରେ ପୋଲିସ କଡ଼ା ପହରା ଦେଉଛି। ଏହି ଶଟ୍‌ ଡାଉନ ସମୟରେ ସ୍କ୍ରିନିଙ୍ଗ କରାଯାଇ ସ୍ବାବ ପରୀକ୍ଷା ନିମନ୍ତେ ୪ଟି ସ୍ବତନ୍ତ୍ର ଟିମ୍‌ ଜିଲାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ କରୁଛି। ରାଜ୍ୟ ସରକାରଙ୍କ ଦୁଇଜଣ ବରିଷ୍ଠ ଅଧିକାରୀ ଭଦ୍ରକ ଜିଲା ଗସ୍ତ କରି କଣ୍ଟେନମେଣ୍ଟ ଜୋନ୍‌ ଅଞ୍ଚଳ ସମେତ ଜିଲାସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ପ୍ରଶାସନିକ ବିଧି ବ୍ୟବସ୍ଥା ଓ କଟକଣାର ସମୀକ୍ଷା କରି ଫେରିଥିବା ଜଣାପଡ଼ିଛି। କୋଭିଡ଼-୧୯ ର ନୋଡାଲ ଅଫିସର୍‌ ତଥା ସ୍ବତନ୍ତ୍ର ସଚିବ ଏସ୍‌କେ ଲୋହାନୀ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଜିଲା ଗସ୍ତ କରି ଜିଲାସ୍ତରୀୟ ଅଧିକାରୀ ଓ ବାସୁଦେବପୁର ବ୍ଲକର କଣ୍ଟେନମେଣ୍ଟ ଜୋନ୍‌ ଅଞ୍ଚଳ ପରିଦର୍ଶନ କରିଥିଲେ। ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହ ପରିସରରେ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ, ଏସ୍‌ପି ରାଜେଶ ପଣ୍ଡିତ, ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲାପାଳ ପୀତାମ୍ବର ସାମଲଙ୍କ ସହ ଏହି ଦୁଇ ଅଧିକାରୀ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଜିଲାରୁ କେତେ ସ୍ବାବ ପଠାଯାଇଥିଲା, ସେଥିମଧ୍ୟରୁ କେତେ ପରୀକ୍ଷା ହୋଇ ଫେରିଛି, ପଶ୍ଚିମବଙ୍ଗ ଫେରନ୍ତା କେତେ, ସଂଘରୁଦ୍ଧ ଗୃହରେ କେତେ ରହିଛନ୍ତି, ହୋମ କ୍ୱାରାଣ୍ଟାଇନରେ କେତେ ରହିଛନ୍ତି ଓ ଜିଲାରେ ଶଟ୍‌ ଡାଉନ ସମୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ପଚାରି ବୁଝିଥିଲେ। ଏହାପରେ ବାସୁଦେବପୁର ଅଞ୍ଚଳରେ ଅତିରିକ୍ତ ଏସ୍‌ପି ବିକାଶ ଦାସ, ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ, ବିଡିଓ ପ୍ରଣବ କୁମାର ବେହେରା, ଥାନାଧିକାରୀ ମଧୁମିତା ମହାନ୍ତି ପ୍ରମୁଖଙ୍କ ସହ ଗସ୍ତ ସମୟରେ ଏହି ଦୁଇ ଅଧିକାରୀ ଆଲୋଚନା କରିଥିଲେ। ପ୍ରଥମେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ପଦ୍ମପୁର, ମେଳକସାହି, ଅଗାପୁର, ଲୁଙ୍ଗା, ବିନାୟକପୁର ଅଞ୍ଚଳ ସହ ଜୟକୃଷ୍ଣ ଉଚ୍ଚ ବିଦ୍ୟାଳୟଠାରେ କରୋନା ସହାୟତା କେନ୍ଦ୍ର ବୁଲି ଦେଖିଥିଲେ। ପ୍ରଶାସନ ପକ୍ଷରୁ ଧାମନଗର ବ୍ଲକର କଲ୍ୟାଣୀ ଓ ଖଡ଼ିପଦା ପଞ୍ଚାୟତ ସମେତ ତିହିଡ଼ି ବ୍ଲକର କାଁପଡ଼ା ଓ ବାମନବିନ୍ଧା ପଞ୍ଚାୟତ ଅଞ୍ଚଳ ପ୍ରତି ତୀକ୍ଷ୍ଣ ନଜର ରଖାଯାଇଥିତ୍ବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri