Categories: ଜାତୀୟ

ସବା-ଫାରହା ମତଦାନ ଅଧିକାର କଲେ ସାବ୍ୟସ୍ତ

ପାଟନା,୧୯।୫: ବିହାରର ଯୋଡ଼ା ମୁଣ୍ଡ ଉଭଣୀ ସବା-ଫାରହା ଚଳିତ ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ରବିବାର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ପାଟଳିପୁତ୍ର ଲୋକ ସଭା ଆସନ ପାଇଁ ସେମାନେ ଭୋଟ ଦେଇଛନ୍ତି। ପୂର୍ବାହ୍ନ ୧୧ଟାରେ ସେମାନେ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ଦୁଇ ଭଉଣୀ ଭିନ୍ନ ଭିନ୍ନ ପରିଚୟ ପତ୍ରରେ ଭୋଟ ଦେଇଛନ୍ତି। ପୂର୍ବରୁ ୨୦୧୫ରେ ରାଜ୍ୟ ବିଧାନସଭା ନିର୍ବାଚନରେ ଦୁଇ ଭଉଣୀଙ୍କୁ ଗୋଟିଏ ଭୋଟ ଦେବାର ଅଧିକାର ଦିଆଯାଇଥିଲା। ଦୁଇ ଭଉଣୀଙ୍କ ମୁଣ୍ଡ ଯୋଡ଼ି ହୋଇ ରହିଥିବାରୁ ସେମାନଙ୍କୁ ଗୋଟିଏ ବ୍ୟକ୍ତି ଭାବେ ନିର୍ବାଚନ କମିଶନ ଦର୍ଶାଇ ଥିଲେ।

Share