ସବାଙ୍କୁ ଦେଖୁ ଦେଖୁ ହ୍ରିତିକ୍‌ ବୋଲି କହିଲେ ପ୍ରଶଂସକ

ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ ବର୍ତ୍ତମାନ ପ୍ୟାରିସ୍‌ରେ ସବାଙ୍କ ସହ ରୋମାଣ୍ଟିକ ସମୟ ବିତାଉଛନ୍ତି । ଏହାର ଏକ ଭିଡିଓ ସବା ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ହ୍ରିତିକଙ୍କ ଷ୍ଟାଇଲ ଏବଂ ଉଭୟଙ୍କ ରୋମାନ୍ସ ଉପରେ ପ୍ରତିକ୍ରିୟା ରଖିଛନ୍ତି।
ହ୍ରିତିକ ଏକ ରୋମାଣ୍ଟିକ ଲଙ୍ଗ ଡ୍ରାଇଭରେ ଗର୍ଲଫ୍ରେଣ୍ଡ ସବାଙ୍କୁ ନେଇ ବାହାରିଛନ୍ତି। ସବା ଏହି ସୁନ୍ଦର ଡ୍ରାଇଭ୍‌ ଭିଡିଓ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଭିଡିଓରେ ହ୍ରିତିକ ଦେଖାଯାଉ ନାହାନ୍ତି, କିନ୍ତୁ ପ୍ରଶଂସକମାନେ ନିଶ୍ଚିତ ଯେ ହ୍ରିତିକ ହିଁ ତାଙ୍କ ସହ ଅଛନ୍ତି। ସବା ଭିଡିଓରେ ରାସ୍ତା ଏବଂ କାରକୁ ଦେଖାଇବା ପରେ କ୍ୟାମେରା ବୁଲାଉଛନ୍ତି ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ଗାଡି ଚଳାଇବା ସମୟରେ ଟୋପି କାଢୁଥିବାର ନଜର ଆସିଛନ୍ତି। ପ୍ରଶଂସକମାନେ ସେମାନଙ୍କ ହାତରୁ ବୁଝିପାରିଛନ୍ତି କି ହ୍ରିତିକଙ୍କ ବ୍ୟତୀତ ସେ ଆଉ କେହି ନୁହଁନ୍ତି। ଅନେକ ୟୁଜର୍ସ ଏହି ଭିଡିଓ ଦେଖିବା ପରେ କମେଣ୍ଟରେ ଲେଖିଛନ୍ତି- ‘ହ୍ରିତିକ । ଏହା ବ୍ୟତୀତ ଅନ୍ୟ ଜଣେ ଲେଖିଛନ୍ତି, ‘ମୋର ବଡ଼ ଭାଇ ହ୍ରିତିକ ଗାଡି ଚଳାଉଛନ୍ତି।

Share