ସଫେଇ ସଂସ୍ଥାକୁ ୧ଲକ୍ଷ ଟଙ୍କା ଜରିମାନା

ଭୁବନେଶ୍ୱର, ୨୪।୩ (ବ୍ୟୁରୋ):ରାଜଧାନୀ ଭୁବନେଶ୍ବରରେ ପରିମଳ ନିୟମକୁ ଭୁବନେଶ୍ବର ମହାନଗର ନିଗମ (ବିଏମସି) ପକ୍ଷରୁ କଡ଼ାକଡ଼ି କରାଯାଇଛି। ପରିମଳ ନିୟମ ଅବମାନନା କ୍ଷେତ୍ରରେ ସଫେଇ ସଂସ୍ଥାରୁ ଆରମ୍ଭ କରି ସ୍ଥାନୀୟ ନାଗରିକ ଓ ଅନୁଷ୍ଠାନଠାରୁ ମୋଟା ଅଙ୍କର ଜରିମାନା ଆଦାୟ ହେଉଛି। ଏପରିସ୍ଥିତିରେ ପରିମଳ ନିୟମ ଖିଲାପ କରିବା ଘରୋଇ ଠିକା ସଫେଇ ସଂସ୍ଥା ‘ଜାଗୃତି’କୁ ଭାରି ପଡିଛି। ସକାଳ ୯ଟା ପରେ ଅଳିଆ ଉଠାଯାଇ ନ ଥିବାରୁ ଏଥିପାଇଁ ୧ଲକ୍ଷ ଟଙ୍କାର ଜରିମାନା କରାଯାଇଥିବା ବିଏମ୍‌ସି ଅତିରିକ୍ତ କମିଶନର-୨ ଶୁଭେନ୍ଦୁ ସାହୁ ସୂଚନା ଦେଇଛନ୍ତି। ଗୁରୁବାର ନଗର ଉନ୍ନୟନ ସଚିବ ଜି. ମାଥିଭାଥନନ୍‌ ୱାର୍ଡ ନଂ.୬୩ ଅନ୍ତର୍ଗତ ଜାଗମରା ଅଞ୍ଚଳରେ କ୍ଷେତ୍ର ପରିଦର୍ଶନ କରୁଥିଲେ। ସକାଳ ୯ଟା ପରେ ସମ୍ପୃକ୍ତ ଅଞ୍ଚଳରୁ ଅଳିଆ ଉଠି ନ ଥିବା ଦେଖ ସେ ବିରକ୍ତି ପ୍ରକାଶ କରିବା ସହ ସମ୍ପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଏମ୍‌ସି ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ବିଏମ୍‌ସି ପରିମଳ ଟିମ ଦ୍ବାରା ଘଟଣାର ଯାଞ୍ଚ କରାଯାଇ ଘରୋଇ ସଂସ୍ଥାକୁ ଲକ୍ଷେ ଟଙ୍କା ଜରିମାନା କରାଯାଇଛି। ଏଥିସହ ଉକ୍ତ ଘରୋଇ ସଂସ୍ଥା ସମେତ ୱାର୍ଡ ପରିଚାଳନା ଦାୟିତ୍ୱରେ ଥିବା ଜୋନାଲ ଡେପୁଟି କମିଶନର ରବି ନାରାୟଣ ଜେଠୀ, ୱାର୍ଡ ଅଫିସର ଓ ସାନିଟାରୀ ଇନ୍ସପେକ୍ଟରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। କାହିଁକି ଏତେ ସମୟ ଧରି ସେଠାରେ ଅଳିଆ ପଡି ରହିଥିଲା ଏବଂ ଅଧିକାରୀ କାହିଁକି ଏନେଇ ନଜର ଦେଇ ନ ଥିଲେ ତାହାର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ସେମାନଙ୍କ ପ୍ରତି କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ସେନେଇ ଉତ୍ତର ରଖିବାକୁ କୁହାଯାଇଛି। ବିଏମ୍‌ସି ଦ୍ବାରା ସହରର ସଫେଇ ଦାୟିତ୍ୱ ବିଭିନ୍ନ ଘରୋଇ ସଂସ୍ଥାକୁ ପ୍ରଦାନ କରାଯାଇଛି। ଠିକା ସଂସ୍ଥା ‘ଜାଗୃତି’କୁ ମୋଟ ୨୮ ୱାର୍ଡର ସଫେଇ ଦାୟିତ୍ୱ ମିଳିଛି। ମାତ୍ର ଅଧିକାଂଶ ସମୟରେ ବିଭିନ୍ନ ଠିକା ସଂସ୍ଥା ନିଜ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ନଜରକୁ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri