Posted inଫୁରସତ

ସଫା କରିବା ପାଇଁ ନଗର ନିଗମକୁ ସୂଚନା ଦେବ ସ୍ମାର୍ଟ ଡଷ୍ଟବିନ୍‌

ହାଇଦ୍ରାବାଦର ୧୨ ବର୍ଷ ବୟସର ବାଳକ ମହମ୍ମଦ ହାସନ । ୮ମ ଶ୍ରେଣୀର ଛାତ୍ର। ଏତେ କମ୍‌ ବୟସରେ ବି ହାସନ ମେକାନିକାଲ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଛାତ୍ରଙ୍କୁ ପଢାଉଛନ୍ତି। ଏବେ ସେ ଏକ ସ୍ମାର୍ଟ ଡଷ୍ଟ୍‌ବିନ ନିର୍ମାଣ କରିଛନ୍ତି ଯାହା ମଧ୍ୟରେ ବର୍ଜ୍ୟବସ୍ତୁ ଭର୍ତ୍ତି ହୋଇଯିବା ପରେ ଖାଲି କରିବା ପାଇଁ ନଗରନିଗମକୁ ସୂଚନା ପଠାଉଛି। ସ୍ବଚ୍ଛ ଭାରତ ଯୋଜନା ସହ ଜଡ଼ିତ ଏକ ଭଡିଓ ଦେଖିବା ପରେ ଏହି ସ୍ମାର୍ଟ ଡଷ୍ଟବିନ୍‌ ନିର୍ମାଣ କରିବା ପାଇଁ ଧାରଣା ଆସିଥିଲା ବୋଲି କହନ୍ତି ହାସନ। ଡଷ୍ଟବିନ୍‌ରେ ଲଗାଯାଇଥିବା ଅଲଟ୍ରାସୋନିକ ସେନ୍‌ସର ବର୍ଜ୍ୟବସ୍ତୁ କେତେ ଭରିଲାଣି ତାହା ଜାଣି ସେଥିରେ ଲାଗିଥିବା ଏଲସିଡିରେ ଜଣାଇଦିଏ। ଡଷ୍ଟବିନ୍‌ ଓ୍ବାଇଫାଇ ସହ ସଂଯୋଗ ହୋଇଥିବାରୁ ଯେତେବେଳେ ଏଥିରେ ବର୍ଜ୍ୟବସ୍ତୁ ଭରିଯାଉଛି ସେତେବେଳେ ଏହା ନଗରନିଗମକୁ ସୂଚନା ଦେଇଦେଉଛି। ମାତ୍ର ଦୁଇଦିନ ମଧ୍ୟରେ ହାସନ ଏହିି ଡଷ୍ଟବିନ୍‌ ନିର୍ମାଣ କରିଛନ୍ତି। ଯଦି ସ୍ବଚ୍ଛ ଭାରତ ଅଭିଯାନରେ ଏହି ଜ୍ଞାନକୌଶଳ ବ୍ୟବହାର କରାଯାଏ ତେବେ ଦେଶକୁ ସ୍ବଚ୍ଛ କରିବା ସହଜ ହେବ ବୋଲି କହନ୍ତି ହାସନ। ଏହା ପୂର୍ବରୁ ସେ ସର୍ଭିଙ୍ଗ୍‌ ରୋବୋ ବି ନିର୍ମାଣ କରିସାରିଛନ୍ତି। ଏହା ନିର୍ମାଣ କରିବାକୁ ତାଙ୍କୁ ୧୫ ଦିନ ଲାଗିଥିଲା। ଏହି ରୋବୋକୁ ନିର୍ଦ୍ଦେଶ ଦେଇ କାମ କରାଯାଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri