ସଫଳ ଶିକ୍ଷକ ଭିତରେ ଛାତ୍ରର ପ୍ରତ୍ୟାଶା ରହିଥାଏ

ବଲାଙ୍ଗୀର ଅଫିସ, ୬ା୯ – ବଲାଙ୍ଗୀର ରୋଟାରୀ କ୍ଳବ ଅଫ୍‌ ଇଲିଟ୍‌ ପକ୍ଷରୁ ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ସଭାକକ୍ଷରେ ଗୁରୁଦିବସ ପାଳନ କରାଯାଇଛି ା କ୍ଳବ ପକ୍ଷରୁ ସରକାରୀ ସ୍କୁଲର ଛାତ୍ରୀମାନଙ୍କ ପାଇଁ ଚାଲିଥିବା ଅଭିନବ ଶିକ୍ଷା କାର୍ଯ୍ୟକ୍ରମ ଉଡାନ୍‌ର କୃତୀ ଶିକ୍ଷକମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ା କ୍ଳବ ସଭାପତି ପ୍ରଶାନ୍ତ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଭାବେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ପ୍ରଫେସର ମଧୁସୂଦନ ପତି, ଜିଲା ବିଜ୍ଞାନ ନିରୀକ୍ଷକ ନୀଳମଣି ପଟେଲ, ଉଡାନ୍‌ର ଉପଦେଷ୍ଟା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନବୀନ ନାୟକ ମଞ୍ଚାସୀନ ଥିଲେ ା କାର୍ଯ୍ୟକ୍ରମକୁ ଧର୍ମେନ୍ଦ୍ର ପ୍ରସାଦ ନନ୍ଦ ସଂଯୋଜନା କରିଥିଲେ ା ସରକାରୀ ସ୍କୁଲର ମେଧାବୀ ଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶ କରିବା ଲକ୍ଷ୍ୟ ନେଇ ୨୦୧୬ମସିହାରୁ ରୋଟାରୀ କ୍ଳବ ଅଫ୍‌ ଇଲିଟ୍‌ ପକ୍ଷରୁ ଉଡାନ୍‌ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ା ଏହି କାର୍ଯ୍ୟକ୍ରମରେ କେତେକ ଅବସରପ୍ରାପ୍ତ ଓ ବୃତ୍ତିଧାରୀ ଶିକ୍ଷୟିତ୍ରୀ ଓ ଶିକ୍ଷକ ସ୍ବେଚ୍ଛାକୃତ ଭାବେ ପ୍ରତିବର୍ଷ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଟାଉନ୍‌ ଉଚ୍ଚ ବିଦ୍ୟାଳୟର ପ୍ରାୟ ୪୦ ଜଣ ଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି ା ଏଠାରେ ଛାତ୍ରୀମାନଙ୍କ ପାଠପଢ଼ା ସହ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି ା ଆଜିର କାର୍ଯ୍ୟକ୍ରମରେ ବର୍ତ୍ତମାନ୍‌ ପାଠ ପଢ଼ୁଥିତ୍ବା ଛାତ୍ରୀ ବିଜ୍ଞେଶୀ ବାରିକ, ନୁପୁର ବାରିକ ଓ ରୋସନ୍‌ୀରେଖା ସାହୁ ସେମାନଙ୍କ ଅନୁଭୂତି ସମ୍ପର୍କରେ କହିଥିଲେ ା ଉଡାନ୍‌ କାର୍ଯ୍ୟକ୍ରମରେ ପାଠ ପଢ଼ି ସଫଳତା ପାଇଥିବା ଛାତ୍ରୀ ସ୍ମୃତିଶ୍ରୀୟା ମିଶ୍ର, ସୋନାଲି ସାହୁ, ପ୍ରତୀକ୍ଷା କର, ଅର୍ଚ୍ଚନା ବେଜ୍‌ ଓ ରଶ୍ମିତା ବେହେରା ମଧ୍ୟ ସେମାନଙ୍କ ଉପଲବ୍ଧତ୍ ବର୍ଣ୍ଣନା କରିଥିଲେ ା ଏହି ଅବସରରେ ଉଡାନ୍‌ର ସ୍ବେଚ୍ଛାକୃତ ଶିକ୍ଷକ ନବୀନ ନାୟକ, ଦିଗାମ୍ବର ତ୍ରିପାଠୀ, ପୀତବାସ ପଣ୍ଡା, ବୃଷକେତୁ ସାହୁ, ନରେନ୍ଦ୍ର ମିଶ୍ର, ସିନୁ ସୁନ୍ଦର ପାଢ଼ୀ, ଅଭିପ୍‌ସା ସାହୁ, କ୍ଷମାନିଧି ଝାଙ୍କର, ଅଶୋକ କୁମାର ଖଟୁଆ, ଯାଜ୍ଞସେନୀ ମହାପାତ୍ର, ଅଂଶୁ ସାହାଣୀ, ଶାନ୍ତା ବିଶ୍ୱାଳ, କୃଷ୍ଣଚନ୍ଦ୍ର ବାଗ, ବିକାଶ ରଞ୍ଜନ ସାହୁ, ସରୋଜ କୁମାର ନାୟକ, ବିଭୁଦତ୍ତ ମିଶ୍ର, ନୂତନ ନାୟକଙ୍କୁ ଅତିଥି ବିଧାୟକ ମିଶ୍ର ଉପାୟନ ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଥିଲେ ା ଶିକ୍ଷକ ଦିଗାମ୍ବର ତ୍ରିପାଠୀ, ସରୋଜ ନାୟକ ଓ ଶିକ୍ଷୟିତ୍ରୀ ନୂତନ ନାୟକ ବକ୍ତବ୍ୟ ରଖିଥିଲେ ା ଅତିଥି ପ୍ରଫେସର ପତି ଶିକ୍ଷକ ଜୀବନର ମହତ୍ୱ ଓ ଉପଲବ୍ଧତ୍ ସମ୍ପର୍କରେ କହି ପ୍ରଖ୍ୟାତ୍‌ ଶିକ୍ଷକ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ ା ଗୁରୁ ଓ ଶିକ୍ଷକ ଭିତରେ ରହିଥିତ୍ବା ପାର୍ଥକ୍ୟ ଉପରେ କହିଥିଲେ ା ସଫଳ ଶିକ୍ଷକ ଭିତରେ ସବୁବେଳେ ଏକ ଛାତ୍ରର ପ୍ରତ୍ୟାଶା ରହିଥାଏ ଓ ଏହି ପ୍ରତ୍ୟାଶୀ ଶିକ୍ଷକ ହିଁ ସଫଳ ଛାତ୍ର ଓ ମଣିଷ ସୃଷ୍ଟି କରିପାରେ ବୋଲି କହିଥିଲେ ା ଅତିଥି ବିଧାୟକ ମିଶ୍ର ସରକାରୀ ସ୍କୁଲର ଗରିବ ମେଧାବୀ ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଉଡାନ୍‌ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରି ଗଭୀର ନିଷ୍ଠା ବଳରେ ସେମାନେ ଶିଖରକୁ ଛୁଇଁ ପାରିବେ ବୋଲି କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବଡଦିନ ପାଇଁ ବ୍ୟାପକ ପ୍ରସ୍ତୁତି: ପୋଲିସର ଫ୍ଲାଗମାର୍ଚ୍ଚ

ରାଇକିଆ, ୨୪।୧୨(ପ୍ରଦୀପ ବେହେରା)- ଆଉ ଗୋଟିଏ ଦିନ ପରେ ବଡଦିନ। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ବ୍ୟାପକ...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri