Posted inଖେଳ

ସଫଳ କ୍ରୀଡ଼ାବିତ୍‌, ଏବେ ସ୍ନେହମୟୀ ମା’…

କଟକ ଅଫିସ,୧୦ା୫-ଖେଳ ମଇଦାନରେ ରାଜ୍ୟ ତଥା ଦେଶ ପାଇଁ ଯେତିକି ଉତ୍ସର୍ଗୀକୃତ ଜୀବନ ଜିଇଁଛନ୍ତି, ଏବେ ପରିବାର ପାଇଁ ମଧ୍ୟ ସମାନ ଅବଦାନ। ସେ ଜଣେ ଖେଳାଳି ଆଉ ଜଣେ ମା’ ମଧ୍ୟ। ପ୍ରତିପକ୍ଷଙ୍କୁ ସାମ୍ନା କରୁଥିବା ଏହି ସଫଳ କ୍ରୀଡ଼ାବିତମାନେ ଏବେ ନିଜ ସନ୍ତାନମାନଙ୍କୁ ସଫଳ ଭାବେ ଗଢ଼ି ତୋଳିବାକୁ ପ୍ରଚେଷ୍ଟା କରୁଛନ୍ତି। ଅନ୍ତର୍ଜାତୀୟ ମାତୃଦିବସ ଅବସରରେ ରାଜ୍ୟର କେତେଜଣ ମହିଳା କ୍ରୀଡ଼ାବିତ୍‌ଙ୍କ କାହାଣୀ-
ମୋ ମା’ଙ୍କ କାର୍ଯ୍ୟ ମୁଁ କରୁଛି
ରାଜ୍ୟ ଆଥ୍‌ଲେଟିକ ଜଗତର ଯୁବ ପ୍ରତିଭା ହେଲେ ଅଂଶିକା ରାଉତରାୟ। ଲଗାତର ଭାବେ ରାଜ୍ୟ ଆଥଲେଟିକ ମିଟ୍‌ରେ ଅଂଶିକା ନୂତନ ରେକର୍ଡ ସୃଷ୍ଟି କରିବା ସହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ତାଙ୍କ ପରିଚୟ ହେଉଛି, ସେ ହେଲେ ଅଲିମ୍ପିଆନ ଅନୁରାଧା ବିଶ୍ୱାଳଙ୍କ ଝିଅ। ଅନୁରାଧାଙ୍କର ୪ ବର୍ଷର ଏକ ଶିଶୁ ପୁତ୍ର ମଧ୍ୟ ଅଛି। ତାଙ୍କ ନାମ ରିୟାନ ରାଉତରାୟ। ରିୟାନ ବୟସରେ ଖୁବ ସାନ ହୋଇଥିଲେ ବି ଏବେ ଠାରୁ ଖେଳକୁଦ ପ୍ରତି ଉତ୍ସୁକତା ଦେଖାଉଛି। ଅନୁରାଧାଙ୍କ କହିବା ଅନୁଯାୟୀ, ମୋ ମା’ ହିଁ ମୋତେ ଖେଳରେ ଆଗକୁ ବଢ଼ିବା ପାଇଁ ସାହସ ଦେଇଥିଲେ। ତାଙ୍କରି ପ୍ରଚେଷ୍ଟା ଯୋଗୁଁ ମୁଁ ସଫଳତାର ପାହାଚ ଚଢ଼ିଛି। ଏଣୁ ଅଂଶିକା ପାଇଁ ମଧ୍ୟ ମୁଁ ସମାନ ଦାୟିତ୍ୱ ଦୋହରାଉଛି। ଏବେ ‘ଆଦି’ ହିଁ ମୋ ପ୍ରାଥମିକତା
ରାଜ୍ୟ ମହିଳା ଫୁଟବଲ କ୍ରୀଡ଼ାର ଜଣେ ପରିଚିତ ଚେହେରା ହେଲେ ଗୀତାଞ୍ଜଳି ଖୁଣ୍ଟିଆ। ୨୦୦୬ରୁ ୨୦୧୦ ମସିହା ପର୍ଯ୍ୟନ୍ତ ଗୀତାଞ୍ଜଳି ଜାତୀୟ ଫୁଟବଲ ଦଳର ଜଣେ ନିୟମିତ ଖେଳାଳିଥିଲେ। ଏବେ ରାଜ୍ୟ ମହିଳା ଫୁଟବଲ ଖେଳାଳିଙ୍କ ପ୍ରଶିକ୍ଷଣ ଦାୟିତ୍ୱ ଗୀତାଞ୍ଜଳିଙ୍କ କାନ୍ଧରେ ନ୍ୟସ୍ତ। ଏକମାତ୍ର ପୁଅ ଆଦ୍ୟାନ୍ତ ଦାସ(ଆଦି) ପାଇଁ ସେ ନିଜର ବ୍ୟସ୍ତ ବହୁଳ ଜୀବନ ଭିତରୁ ସମୟ କାଢ଼ିବାକୁ କେବେ ଊଣା କରନ୍ତିନି ବୋଲି କୁହନ୍ତି। ଆଦିତ୍ୟକୁ ଏବେ ୭ବର୍ଷ ବୟସ । ତା’ର ପାଠପଢ଼ାରେ ବିଶେଷ ଧ୍ୟାନ ଦେବା ସହିତ ତାକୁ ଖେଳକୁଦରେ ଜଡ଼ିତ ରଖିବା ପାଇଁ ଚେଷ୍ଟା କରୁଛି। ଆଦିତ୍ୟ ଫୁଟବଲ ଖେଳ ପ୍ରତି ଅଧିକ ଉତ୍କଣ୍ଠା ଦେଖାଉଛି ବୋଲି ଗୀତାଞ୍ଜଳି କୁହନ୍ତି। ଜୀବନରେ ଖେଳ ହିଁ ମୋ ପ୍ରାଥମିକତା ଥିଲା। ଏହି ସ୍ଥାନ ଏବେ ପୁଅ ପାଇଁ ରହିଛି। ଆଦିକୁ ସଫଳ ଭାବେ ଦେଖିବା ମୋର ଲକ୍ଷ୍ୟ।
ବଳକା ସମୟ କେବଳ ‘ପୁଅ’ ପାଇଁ
ରାଜ୍ୟରେ ଡିସ୍‌କସ୍‌ କୁଇନ ହେଉଛନ୍ତି ଆଥଲେଟ୍‌ ପାର୍ବତୀ ସେଠୀ । ଡିସ୍‌କସ୍‌ ଓ ସଟପୁଟ୍‌ କ୍ରୀଡ଼ାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ପାର୍ବତୀ ଅନେକ ପଦକ ବିଜୟୀ ହୋଇଛନ୍ତି। ଏକମାତ୍ର ପୁଅ ଆଦିତ୍ୟ ଏବେ ଫୁଟବଲ ଖେଳିବା ଆରମ୍ଭ କରିଛି ବୋଲି ପାର୍ବତୀ କୁହନ୍ତି। ନିଜର ଖେଳ ଓ ଚାକିରି ଜୀବନ ଭିତରୁ ପୁଅ ଆଦିତ୍ୟ ପାଇଁ ଖୁବ କମ୍‌ ସମୟ ମିଳେ। ଏହି ବଳକା ସମୟ କେବଳ ଆଦିତ୍ୟ ସହ ବିତାଏ । ମା’ ଆଉ ପୁଅର ସମ୍ପର୍କ ଖୁବ ସୁନ୍ଦର। ଆଦିତ୍ୟ ଜୀବନରେ ଜଣେ କ୍ରୀଡ଼ାବିତ୍‌ ହେବ କିମ୍ବା ଆଉ କେଉଁ ବିଭାଗରେ କାର୍ଯ୍ୟ କରିବ ତାହା ଜାଣିନାହିଁ। ହେଲେ ସେ କିପରି ଭାବେ ଜଣେ ଭଲ ମଣିଷ ହେବ, ତାହା ମୋର ଇଚ୍ଛା ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri