Posted inଖେଳ

ସଫଳ କ୍ରୀଡ଼ାବିତ୍‌, ଏବେ ସ୍ନେହମୟୀ ମା’…

କଟକ ଅଫିସ,୧୦ା୫-ଖେଳ ମଇଦାନରେ ରାଜ୍ୟ ତଥା ଦେଶ ପାଇଁ ଯେତିକି ଉତ୍ସର୍ଗୀକୃତ ଜୀବନ ଜିଇଁଛନ୍ତି, ଏବେ ପରିବାର ପାଇଁ ମଧ୍ୟ ସମାନ ଅବଦାନ। ସେ ଜଣେ ଖେଳାଳି ଆଉ ଜଣେ ମା’ ମଧ୍ୟ। ପ୍ରତିପକ୍ଷଙ୍କୁ ସାମ୍ନା କରୁଥିବା ଏହି ସଫଳ କ୍ରୀଡ଼ାବିତମାନେ ଏବେ ନିଜ ସନ୍ତାନମାନଙ୍କୁ ସଫଳ ଭାବେ ଗଢ଼ି ତୋଳିବାକୁ ପ୍ରଚେଷ୍ଟା କରୁଛନ୍ତି। ଅନ୍ତର୍ଜାତୀୟ ମାତୃଦିବସ ଅବସରରେ ରାଜ୍ୟର କେତେଜଣ ମହିଳା କ୍ରୀଡ଼ାବିତ୍‌ଙ୍କ କାହାଣୀ-
ମୋ ମା’ଙ୍କ କାର୍ଯ୍ୟ ମୁଁ କରୁଛି
ରାଜ୍ୟ ଆଥ୍‌ଲେଟିକ ଜଗତର ଯୁବ ପ୍ରତିଭା ହେଲେ ଅଂଶିକା ରାଉତରାୟ। ଲଗାତର ଭାବେ ରାଜ୍ୟ ଆଥଲେଟିକ ମିଟ୍‌ରେ ଅଂଶିକା ନୂତନ ରେକର୍ଡ ସୃଷ୍ଟି କରିବା ସହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ତାଙ୍କ ପରିଚୟ ହେଉଛି, ସେ ହେଲେ ଅଲିମ୍ପିଆନ ଅନୁରାଧା ବିଶ୍ୱାଳଙ୍କ ଝିଅ। ଅନୁରାଧାଙ୍କର ୪ ବର୍ଷର ଏକ ଶିଶୁ ପୁତ୍ର ମଧ୍ୟ ଅଛି। ତାଙ୍କ ନାମ ରିୟାନ ରାଉତରାୟ। ରିୟାନ ବୟସରେ ଖୁବ ସାନ ହୋଇଥିଲେ ବି ଏବେ ଠାରୁ ଖେଳକୁଦ ପ୍ରତି ଉତ୍ସୁକତା ଦେଖାଉଛି। ଅନୁରାଧାଙ୍କ କହିବା ଅନୁଯାୟୀ, ମୋ ମା’ ହିଁ ମୋତେ ଖେଳରେ ଆଗକୁ ବଢ଼ିବା ପାଇଁ ସାହସ ଦେଇଥିଲେ। ତାଙ୍କରି ପ୍ରଚେଷ୍ଟା ଯୋଗୁଁ ମୁଁ ସଫଳତାର ପାହାଚ ଚଢ଼ିଛି। ଏଣୁ ଅଂଶିକା ପାଇଁ ମଧ୍ୟ ମୁଁ ସମାନ ଦାୟିତ୍ୱ ଦୋହରାଉଛି। ଏବେ ‘ଆଦି’ ହିଁ ମୋ ପ୍ରାଥମିକତା
ରାଜ୍ୟ ମହିଳା ଫୁଟବଲ କ୍ରୀଡ଼ାର ଜଣେ ପରିଚିତ ଚେହେରା ହେଲେ ଗୀତାଞ୍ଜଳି ଖୁଣ୍ଟିଆ। ୨୦୦୬ରୁ ୨୦୧୦ ମସିହା ପର୍ଯ୍ୟନ୍ତ ଗୀତାଞ୍ଜଳି ଜାତୀୟ ଫୁଟବଲ ଦଳର ଜଣେ ନିୟମିତ ଖେଳାଳିଥିଲେ। ଏବେ ରାଜ୍ୟ ମହିଳା ଫୁଟବଲ ଖେଳାଳିଙ୍କ ପ୍ରଶିକ୍ଷଣ ଦାୟିତ୍ୱ ଗୀତାଞ୍ଜଳିଙ୍କ କାନ୍ଧରେ ନ୍ୟସ୍ତ। ଏକମାତ୍ର ପୁଅ ଆଦ୍ୟାନ୍ତ ଦାସ(ଆଦି) ପାଇଁ ସେ ନିଜର ବ୍ୟସ୍ତ ବହୁଳ ଜୀବନ ଭିତରୁ ସମୟ କାଢ଼ିବାକୁ କେବେ ଊଣା କରନ୍ତିନି ବୋଲି କୁହନ୍ତି। ଆଦିତ୍ୟକୁ ଏବେ ୭ବର୍ଷ ବୟସ । ତା’ର ପାଠପଢ଼ାରେ ବିଶେଷ ଧ୍ୟାନ ଦେବା ସହିତ ତାକୁ ଖେଳକୁଦରେ ଜଡ଼ିତ ରଖିବା ପାଇଁ ଚେଷ୍ଟା କରୁଛି। ଆଦିତ୍ୟ ଫୁଟବଲ ଖେଳ ପ୍ରତି ଅଧିକ ଉତ୍କଣ୍ଠା ଦେଖାଉଛି ବୋଲି ଗୀତାଞ୍ଜଳି କୁହନ୍ତି। ଜୀବନରେ ଖେଳ ହିଁ ମୋ ପ୍ରାଥମିକତା ଥିଲା। ଏହି ସ୍ଥାନ ଏବେ ପୁଅ ପାଇଁ ରହିଛି। ଆଦିକୁ ସଫଳ ଭାବେ ଦେଖିବା ମୋର ଲକ୍ଷ୍ୟ।
ବଳକା ସମୟ କେବଳ ‘ପୁଅ’ ପାଇଁ
ରାଜ୍ୟରେ ଡିସ୍‌କସ୍‌ କୁଇନ ହେଉଛନ୍ତି ଆଥଲେଟ୍‌ ପାର୍ବତୀ ସେଠୀ । ଡିସ୍‌କସ୍‌ ଓ ସଟପୁଟ୍‌ କ୍ରୀଡ଼ାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ପାର୍ବତୀ ଅନେକ ପଦକ ବିଜୟୀ ହୋଇଛନ୍ତି। ଏକମାତ୍ର ପୁଅ ଆଦିତ୍ୟ ଏବେ ଫୁଟବଲ ଖେଳିବା ଆରମ୍ଭ କରିଛି ବୋଲି ପାର୍ବତୀ କୁହନ୍ତି। ନିଜର ଖେଳ ଓ ଚାକିରି ଜୀବନ ଭିତରୁ ପୁଅ ଆଦିତ୍ୟ ପାଇଁ ଖୁବ କମ୍‌ ସମୟ ମିଳେ। ଏହି ବଳକା ସମୟ କେବଳ ଆଦିତ୍ୟ ସହ ବିତାଏ । ମା’ ଆଉ ପୁଅର ସମ୍ପର୍କ ଖୁବ ସୁନ୍ଦର। ଆଦିତ୍ୟ ଜୀବନରେ ଜଣେ କ୍ରୀଡ଼ାବିତ୍‌ ହେବ କିମ୍ବା ଆଉ କେଉଁ ବିଭାଗରେ କାର୍ଯ୍ୟ କରିବ ତାହା ଜାଣିନାହିଁ। ହେଲେ ସେ କିପରି ଭାବେ ଜଣେ ଭଲ ମଣିଷ ହେବ, ତାହା ମୋର ଇଚ୍ଛା ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri