ସପ୍ତାହେ ହେଲା ବ୍ରାହ୍ମଣୀଗାଁ ଅଞ୍ଚଳରେ ବିଦ୍ୟୁତ, ମୋବାଇଲ ସେବା ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୧୧।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ସମେତ ଦାରିଙ୍ଗବାଡ଼ିରେ ଗତ କିଛିଦିନ ହେଲା ମୋବାଇଲ ସେବା ବାଧାପ୍ରାପ୍ତ ହୋଇଛି। ବ୍ରାହ୍ମଣୀଗାଁ ସମେତ ଗଦାପୁର, ତାଜୁଙ୍ଗିଆରେ ଏକ ସପ୍ତାହ ହେଲା ଏହି ସେବା ବନ୍ଦ ରହିଥିବା ବେଳେ ଦାରିଙ୍ଗବାଡ଼ିରେ ଗତ ୩ ଦିନ ହେଲା ଏହି ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ଅଞ୍ଚଳବାସୀ ନାନା ହଇରାଣ ହରକତ ହେଉଛନ୍ତି। ଟେଲିସେବା ବନ୍ଦ ଯୋଗୁ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ହୋଇଛି। ଫଳରେ ଜନସେବାକେନ୍ଦ୍ର, କ୍ଷୁଦ୍ର ବ୍ୟାଙ୍କ ସେବା ଅଚଳ ହୋଇପଡ଼ିଛି। ଅର୍ଥ କାରବାର ବନ୍ଦ ଯୋଗୁ ଗରିବ ଲୋକ ସରକାରଙ୍କ ବିଭିନ୍ନ ଯୋଜନାରୁ ମିଳିବାକୁ ରହିଥିବା ଅର୍ଥ ବ୍ୟାଙ୍କଗୁଡ଼ିକରୁ ସଠିକ୍‌ ଭାବେ ପାଇପାରୁନାହାନ୍ତି। ସେହିପରି ଅଞ୍ଚଳରେ ତୁହାକୁ ତୁହା ବର୍ଷା ଏବଂ ୧୩୨ କେଭିର ରକ୍ଷଣାବେକ୍ଷଣ ପାଇଁ ଜିଲାରେ ବିଦ୍ୟୁତ ଦିନକୁ ୧୦ ଘଣ୍ଟା କଟାଯାଉଛି। ଏନେଇ ଏହି ସେବାରେ ବାଧା ଦେଖାଯାଇଛି। ସେହିପରି ଜରୁରୀକାଳିନ ପରିସ୍ଥିତିରେ ଲୋକେ ସ୍ବାସ୍ଥ୍ୟ ଖରାପ ହେଲେ ଆମ୍ବୁଲାନ୍ସ ଡାକିପାରୁନାହାନ୍ତି। ପୋଲିସ ଷ୍ଟେଶନକୁ ଫୋନ୍‌ ଲାଗୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବାଲିଗୁଡ଼ାଠାରୁ ଦାରିଙ୍ଗବାଡ଼ି ପର୍ଯ୍ୟନ୍ତ ୫୯ ନଂ. ଜାତୀୟ ରାଜପଥ ସଂପ୍ରସାରଣ ଯୋଗୁ ବାରମ୍ବାର ଓଏଫ୍‌ସି( ଅପଟିକ୍‌ ଫାଇବର କେବୁଲ) କଟିଯାଇଥିବା ବିଏସ୍‌ଏନ୍‌ଏଲ୍‌ର ବାଲିଗୁଡ଼ା ସହକାରୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ପୃଷ୍ଟି କହିଛନ୍ତି। ଶନିବାର କେବୁଲ ଯୋଡ଼ିବା କାର୍ଯ୍ୟ ସରିଥିଲା କିନ୍ତୁ ରାସ୍ତା ସଂପ୍ରସାରଣ ପାଇଁ ପୁଣି କେବୁଲ କଟିଯାଇଥିବା ସେ କହିଛନ୍ତି। ମରାମତି କାର୍ଯ୍ୟ ଚାଲିଛି, ଲୋକଙ୍କୁ ଖୁବ୍‌ ଶୀଘ୍ର ଟେଲିସେବା ଯୋଗାଇ ଦେବାକୁ ବିଭାଗ ଉଦ୍ୟମ କରୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ଗଞ୍ଜାମ ନଗର ସଭାପତି ପରେ ଛାତ୍ର-ଯୁବ ସଭାପତିଙ୍କ ଉପରେ ସମସ୍ତଙ୍କ ନଜର, ଲବିରେ ମନୋଜ ପ୍ରଧାନ

ଗଞ୍ଜାମ,୧୯।୨(ବିଦ୍ୟାଧର ସାହୁ): ବିଜୁ ଜନତା ଦଳର ଗଞ୍ଜାମ ଏନ୍‌ଏସି ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କ ନାଁ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।ସୁଧୀର…

ସୁଧୀରଙ୍କୁ ମନୋନୀତ କଲେ ନବୀନ

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ଦୀପକ ହେଲେ ଦିଗପହଣ୍ଡି ନଗର କଂଗ୍ରେସ ସଭାପତି, ଛୁଟିଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୧୯।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧୦ନଂ ୱାର୍ଡର କାଉନସିଲର ଦୀପକ କୁମାର ମିଶ୍ରଙ୍କୁ ନଗର କଂଗ୍ରେସ କମିଟିର ସଭାପତି ରୂପେ ନିଯୁକ୍ତ କରାଯାଇଛି।…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ

ମୋରଡା,୧୯।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ବନବିଭାଗ ଗୁରୁବାର ଏକ ଶାବକ ହାତୀର ଗଳିତ ମୃତଦେହ ଜବତ କରିଛି। ହେଲେ ଶାବକ ମୃତ୍ୟୁର କାରଣ…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri