ସନ୍ୟାସୀ ହେବେ ବିନୋଦଙ୍କ ପୁଅ

ମୁମ୍ବାଇ: ୭୦ଦଶକର ସୁପରଷ୍ଟାର ବିନୋଦ ଖାନ୍ନା ଏବେ ବି ଲୋକଙ୍କ ହୃଦୟରେ ରହିଛନ୍ତି। ଏହି ଆଗଧାଡିର ଅଭିନେତା ଯେତେବେଳେ ନିଜ କ୍ୟାରିୟରର ସବୁଠୁ ଶୀର୍ଷରେ ରହିଥିଲେ ସେହି ସମୟରେ ସେ ଆଧ୍ୟାତ୍ମିକ ଗୁରୁ ଓଶୋଙ୍କ ଶରଣ ନେଇ ପରିବାର ଲୋକଙ୍କୁ ଓ ପ୍ରଶଂସକଙ୍କୁ ଚକିତ କରିଦେଇଥିଲେ। ସନ୍ୟାସ ନେବା ପରେ ବିନୋଦଙ୍କର ଭାରତକୁ ଆସିବା କମ୍‌ ହୋଇଯାଇଥିଲା। ଆଉ ଦୀର୍ଘ ଦିନ ଧରି ଲାଇମ୍‌ଲାଇଟରୁ ଦୂରେଇ ରହିଥିଲେ ଏହି ଅଭିନେତା। ପରେ ୧୯୮୭ରେ ଫିଲ୍ମ ଇନ୍‌ସାଫ ଜରିଆରେ ପୁଣି ଥରେ ବଲିଉଡ୍‌ରେ କମ୍‌ବ୍ୟାକ୍‌ କରିଥିଲେ। ହେଲେ ପୂର୍ବଭଳି ତାଙ୍କୁ ସଫଳତା ମିଳି ନ ଥିଲା। ଏବେ କୁହାଯାଉଛି ବିନୋଦଙ୍କ ପୁଅ ସାକ୍ଷୀ ଖାନ୍ନା ମଧ୍ୟ ବାପାଙ୍କ ଚଲାପଥକୁ ଅନୁସରଣ କରୁଛନ୍ତି। ସାକ୍ଷୀ ଆଧ୍ୟାତ୍ମିକ ରାସ୍ତାକୁ ଚୟନ କରିବା ସହ ଓଶୋ ଇଣ୍ଟରନ୍ୟାଶନାଲରେ ଯୋଗଦେଇଛନ୍ତି ବୋଲି ଶୁଣିବାକୁ ମିଳିଛି। ସାକ୍ଷୀ ହେଉଛନ୍ତି ବିନୋଦଙ୍କ ଦ୍ୱିତୀୟ ସ୍ତ୍ରୀ କବିତାଙ୍କ ପୁଅ। ୪ବର୍ଷ ପୂର୍ବରୁ ସାକ୍ଷୀ ବଲିଉଡ୍‌ର ମିଲନ ଲୁଥରିଆଙ୍କ ଫିଲ୍ମ ଜରିଆରେ ବଡ଼ ପରଦାରେ ଡେବ୍ୟୁ କରିବେ ବୋଲି କୁହାଯାଉଥିଲା। ହେଲେ ନା ସେ ବଲିଉଡ୍‌ରେ ଡେବ୍ୟୁ କରିଲେ ନା ଏହା ପଛର କାରଣ ଜଣାପଡ଼ିଲା। ଅନ୍ୟପଟେ ବିନୋଦଙ୍କ ବଡ଼ ପୁଅ ଅକ୍ଷୟ ଖାନ୍ନା ଏବେ ବି ବଲିଉଡ୍‌ରେ ସକ୍ରିୟ ରହିଛନ୍ତି। ତେବେ ବିନୋଦଙ୍କ ପର୍ସନାଲ ଲାଇଫ ବିଷୟରେ କହିବାକୁ ଗଲେ ସେ ୨ଜଣଙ୍କୁ ବିବାହ କରିଥିଲେ। ପରିବାର ଓ କ୍ୟାରିୟର ମଧ୍ୟରେ ସନ୍ତୁଳନ ରକ୍ଷା ନ କରିପାରିବାରୁ ସେ ସନ୍ୟାସ ଗ୍ରହଣ କରିଥିଲେ ବୋଲି ଆଜି ବି ଚର୍ଚ୍ଚା ହୁଏ। ତେବେ ସନ୍ୟାସରୁ ଫେରିବା ପରେ ପ୍ରଥମ ସ୍ତ୍ରୀ ଗୀତାଞ୍ଜଳୀଙ୍କ ସହ ତାଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା। ଏହାପରେ ସେ କବିତାକୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏନ୍‌ଜିଏରେ ପାକିସ୍ତାନକୁ ନିନ୍ଦାକଲେ ଜୟଶଙ୍କର, କହିଲେ କ୍ରମାଗତ ଆତଙ୍କବାଦ ଚଳାଉଥିବା ଦେଶର…

ଜାତିସଂଘ,୨୮ା୯(ପି.ଟି.): ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଶନିବାର ଭାରତ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଆତଙ୍କବାଦକୁ ସ୍ବାଭାବିକ ରୂପ ଦେବା ଏବଂ ଏହାର ପ୍ରଭାବରୁ ରକ୍ଷା ପାଇବା…

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?