Categories: ଜାତୀୟ

ସନ୍ଧ୍ୟା ସୁଦ୍ଧା ବେଙ୍ଗାଲୁର ପହଞ୍ଚିବେ କୁମାରସ୍ବାମୀ

ବେଙ୍ଗାଲୁର,୭।୭: କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ରବିବାର ସନ୍ଧ୍ୟାରେ ବେଙ୍ଗାଲୁରରେ ପହଞ୍ଚିବେ ବୋଲି ସୂଚନା ମିଳିଛି। ଆମେରିକା ଗସ୍ତରେ ଥିବା କୁମାରସ୍ବାମୀ ରାଜ୍ୟ ରାଜନୀତିର ହଟ୍ଟଗୋଳକୁ ଦେଖି ଯାତ୍ରାରେ କାଟଛାଟ କରି ଶୀଘ୍ର କର୍ନାଟକ ଫେରି ଆସୁଥିବା କୁହାଯାଉଛି। ରବିବାର ସନ୍ଧ୍ୟାରେ ଜେଡି(ଏସ୍‌) ଏକ ଦଳୀୟ ବୈଠକର ଆୟୋଜନ କରିଛି। ଇତିମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାର ଓ ଜେଡି(ଏସ୍‌) ମୁଖ୍ୟ ଏଚ୍‌ଡି ଦେବେ ଗୌଡା ଏକ ବୈଠକର ଆୟୋଜନ କରି ସାରିଛନ୍ତି। ସୂଚନାଯୋଗ୍ୟ. ଶନିବାର କର୍ନାଟକ ମେଣ୍ଟ ସରକାରରୁ ୧୪ ଜଣ ବିଧାୟକ ଇସ୍ତଫା ଦେବା ପରେ କର୍ନାଟକ ରାଜନୀତିରେ ସଙ୍କଟ ସୃଷ୍ଟି ହୋଇଛି। ଏବେ ମେଣ୍ଟ ସରକାରଙ୍କ ସଂଖ୍ୟା ଗରିଷ୍ଠତା ରହୁ ନ ଥିବାରୁ ଭାଜପା ସରକାର ଗଢିପାରେ ବୋଲି ଆଲୋଚନା ହେଉଛି।

Share