ସନ୍ଧ୍ୟାରେ ଟିଫିନ ମଧ୍ୟାହ୍ନରେ ରନ୍ଧା ଖାଦ୍ୟ ବାଣ୍ଟୁଛି ରୋଟାରୀ ମିଡ୍‌ଟାଉନ

ଭଦ୍ରକ ଅଫିସ,୧୮।୪: ଭଦ୍ରକରେ ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଳା ରୋଟାରୀ ମିଡ୍‌ଟାଉନ। ଅସହାୟ ଲୋକଙ୍କ ପାଇଁ ରୋଟାରୀ ମିଡ୍‌ଟାଉନ ପକ୍ଷରୁ ସନ୍ଧ୍ୟାରେ ବିଭିନ୍ନ ପ୍ରକାରର ଟିଫିନ ଓ ମଧ୍ୟାହ୍ନରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି। ମିଡ୍‌ଟାଉନ ସଭାପତି ତଥା ଆଇନଜୀବୀ ଅତିସ ବେହେରାଙ୍କ ନେତୃତ୍ୱରେ ଶନିମନ୍ଦିର, ବନ୍ତ ଛକ, ରେଳ ଷ୍ଟେସନ, ମେଡିକାଲ ଅଞ୍ଚଳରେ ଭୋକିଲା ରହୁଥିବା ଲୋକଙ୍କୁ ଏହି ଖାଦ୍ୟ ବଣ୍ଟନ କରାଯାଉଥିବା ଜଣାପଡ଼ିଛି।