ସନ୍ଦେହ ହେଲା କାଳ: ସ୍ତ୍ରୀଙ୍କୁ ହତ୍ୟାକରି ସ୍ବାମୀ ଫେରାର

ମାଧପୁର, ୧୯।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଞ୍ଚାୟତ ଗଦାଧରପୁର ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ସନ୍ଦେହ କାରଣରୁ ନିଜ ସ୍ତ୍ରୀଙ୍କୁ ହତ୍ୟାକରି ସ୍ବାମୀ ଫେରାର ହୋଇଥିବା ଜଣାପଡ଼ିଛି।
ପ୍ରକାଶ ଯେ, ଗ୍ରାମର ଶେଷ କୁଦେଇଙ୍କ ଦ୍ୱିତୀୟ ସ୍ତ୍ରୀ ରାସେଶ୍ୱରୀ କୁଦେଇ(୪୫)। କୌଣସି କାରଣରୁ ଶେଷ ରାସେଶ୍ୱରୀଙ୍କୁ ଏକ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରି ମାରିଦେଇଛନ୍ତି। ଘର ବାଡ଼ିପଟେ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ମିଳିଛି । ଏହି କାଣ୍ଡ ଘଟାଇବା ପରେ ଶେଷ ପ୍ରଥମ ସ୍ତ୍ରୀଙ୍କ ସହ କେଉଁଆଡେ ଚାଲିଯାଇଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗ୍ରାମ ଲୋକଙ୍କ କହିବା ଅନୁସାରେ ଶେଷ ବିଭିନ୍ନ କାରଣରୁ ପୂର୍ବରୁ ତାଙ୍କ ସ୍ତ୍ରୀଙ୍କୁ ସନ୍ଦେହ କରୁଥିଲେ। ଏ ନେଇ ତାଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି କୁହାଯାଉଛି।