ସନ୍ଦେହ ଘେରରେ ଚାଇନାର ର଼୍ୟାପିଡ୍‌ ଟେଷ୍ଟ୍‌ କିଟ୍‌: କରୋନା ପଜିଟିଭ୍‌ ପାଲଟୁଛନ୍ତି ନେଗେଟିଭ୍‌; ୯୫ ପ୍ରତିଶତ ଘଟଣାରେ ଭୁଲ୍‌ ସୂଚନା

ଜୟପୁର,୨୧।୪: କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ଭାରତ ଚାଇନାରୁ ର଼୍ୟାପିଡ୍‌ ଆଣ୍ଟିବଡ଼ି ଟେଷ୍ଟ୍‌ କିଟ୍‌ ମଗାଇଥିଲା। ଏହାଦ୍ୱାରା ଶୀଘ୍ର ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ପାରିବ ବୋଲି କୁହାଯାଇଥିଲା। ପ୍ରଥମେ ଏହାକୁ ରାଜସ୍ଥାନର ହଟ୍‌ସ୍ପଟ୍‌ ଅଞ୍ଚଳରେ ବ୍ୟବହାର କରାଯାଇଥିଲା। ତେବେ ଏହି କିଟ୍‌ର କାର୍ଯ୍ୟକାରିତା ନେଇ ସନ୍ଦେହ ସୃଷ୍ଟି ହୋଇଛି। ପୂର୍ବରୁ କରୋନ ପିଜିଟିଭ୍‌ ଥିବା ସଂକ୍ରମିତଙ୍କ ନମୁନା ଏହି କିଟ୍‌ରେ ନେଗେଟିଭ୍‌ ଦେଖାଉଛି। ଫଳରେ ରାଜ୍ୟ ସରକାର ଚାଇନାର ର଼୍ୟାପିଡ୍‌ ଟେଷ୍ଟ୍‌ କିଟ୍‌ର ବ୍ୟବହାର କରିବାକୁ ମନା କରିଛନ୍ତି। ଚାଇନାର ର଼୍ୟାପିଡ୍‌ ଟେଷ୍ଟ୍‌ କିଟ୍‌ରେ ୯୪.୬ ପ୍ରତିଶତ ରିପୋର୍ଟ ଭୁଲ୍‌ ଆସୁଥିବାବେଳେ କେବଳ ୫.୪ ପ୍ରତିଶତ ରିପୋର୍ଟ ଠିକ୍‌ ଆସୁଥିବା ରାଜ୍ୟ ସରକାର କହିଛନ୍ତି। ଏନେଇ ରାଜ୍ୟ ସରକାର ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ(ଆଇସିଏମ୍‌ଆର୍‌)କୁ ଚିଠି ଲେଖି ଜଣାଇଛନ୍ତି।

Share