Categories: ଖେଳ

ସନ୍ଦେହରେ ବୋଲରଙ୍କ ନୋ ବଲ

ଢାକା,୧୩।୧୨- ଚଳିତ ବାଂଲାଦେଶ ପ୍ରିମିୟର ଲିଗ୍‌ (ପିବିଏଲ)ରେ ବାଂଲାଦେଶ ବୋଲରଙ୍କ ପ୍ରଦର୍ଶନ ଉପରେ ପ୍ରଶଂସକ ମ୍ୟାଚ୍‌ ଫିକ୍ସିଂ ହୋଇଥିବା ଅଭିଯୋଗ ଆଣିଛନ୍ତି। ଚାଟ୍ଟୋଗ୍ରାମ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ସିଲହଟ ଥଣ୍ଡର୍ସ ପେସର କ୍ରିଶମାର ସାଣ୍ଟୋକିଙ୍କ ଦୁଇଟି ବଲ ଫିଲ୍ଡ ଅମ୍ପାୟର ଓ ସାଥୀ ଖେଳାଳିଙ୍କ ଚକିତ କରିଦେଇଥିଲା। ତାଙ୍କର ଏକ ବଲ ଏତେ ଓ୍ବାଇଡ୍‌ ଥିଲା ଯେ, ଉଇକେଟକିପରଙ୍କୁ ବଲକୁ ରୋକିବା ପାଇଁ ବଡ଼ ଡ୍ରାଇଭ ମାରିବାକୁ ପଡ଼ିଥିଲା। ସେହି ଓଭରର ଆଉ ଏକ ବଲ ସାଣ୍ଟୋକି ନୋ ବଲ ପାଇଁ ଧାର୍ଯ୍ୟ ସୀମାଠାରୁ ଏକ ମିଟର ଆଗରେ ବଲ ପକାଇ ଥିଲେ। ଏହାକୁ ଭାଷ୍ୟକାର ବିଶ୍ୱାସ କରିପାରି ନ ଥିଲେ। କେଉଁଭଳି ଜଣେ ବୋଲର ଲାଇନକୁ ଏତେ ମାତ୍ରାରେ ଅତିକ୍ରମ କରିପାରିବେ ବୋଲି ଜଣେ ଭାଷ୍ୟକାର ପ୍ରଶ୍ନ କରିଥିଲେ। ଦୁଇ ବଲର ଭିଡିଓ ସୋସିଆଲ ମିଡିଆରେ ଛାଇ ହୋଇଯିବା ପରେ ପ୍ରଶଂସକମାନେ ସାଣ୍ଟୋକିଙ୍କୁ ସମାଲୋଚନା କରିଛନ୍ତି। ଏପରି କି ଜଣେ ଫ୍ୟାନ ଲେଖିଛନ୍ତି, ଏଥିନେଇ ସାଣ୍ଟୋକିଙ୍କୁ ଜବାବ ଦେବାକୁ ପଡ଼ିବ। ପୂର୍ବତନ ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଡିନ ଜୋନ୍ସ ବୋଲରଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନ କରି ଟୁଇଟ କରିଛନ୍ତି ସତରେ ଏଭଳି ସମ୍ଭବ? କିଛି ପ୍ରଶଂସକ ମ୍ୟାଚ୍‌ ଫିକ୍ସିଂ ହୋଇଥିବା ଅଭିଯୋଗ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ଏ ଘଟଣା ସମ୍ପର୍କରେ ଉକ୍ତ ବାଂଲାଦେଶ ବୋଲର ପ୍ରତିକ୍ରିୟା ରଖି ନାହାନ୍ତି। ଉଲ୍ଲେଖଥାଉ କି, ୨୦୧୦ରେ ପାକିସ୍ତାନ ପେସର ମହମ୍ମଦ ଆମିର କ୍ରମାଗତ ଦୁଇ ବଡ଼ ନୋ ବଲ ପକାଇଥିଲେ। ଏଥିପାଇଁ ତାଙ୍କୁ ୫ ବର୍ଷ ବାସନ୍ଦ କରାଯାଇଥିଲା।

Share