ସନ୍ଦିଗ୍ଧଙ୍କ ରିପୋର୍ଟକୁ ଅପେକ୍ଷା

ଅନୁଗୋଳ ଅଫିସ, ୫।୪- ଅନୁଗୋଳ ଜିଲାରେ ଥିବା କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ଭୁବନେଶ୍ୱର ପଠାଯାଇଥିଲା। ବିଶେଷକରି ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରୁ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା ଜିଲାର ୩୧ଜଣଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା ବେଳେ ସେମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ରବିବାର ସୁଦ୍ଧା ଯାଇଥିବା ମୋଟ୍‌ ୧୩୩ ଜଣଙ୍କ ନମୁନାରୁ ୫୮ଟି ନେଗେଟିଭ ଥିବାବେଳେ ଅବଶିଷ୍ଟ ୭୫ଟିର ରିପୋର୍ଟ ଆସିନାହିଁ। ସେହିପରି ଗୁରୁବାର ଯାଇଥିବା ୩୩ଟି ରକ୍ତ ନମୁନା ନେଗେଟିଭ ଥିବା ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି।