ସନ୍ତୁଳିତ ଖାଦ୍ୟ ଓ ଖୁସି

ଖୁସିରେ ରହିବାକୁ କିଏ ବା ନ ଚାହେଁ? ହେଲେ ଅନେକ କ୍ଷେତ୍ରରେ ଏହା ସମ୍ଭବ ହୋଇ ନ ଥାଏ। କାରଣ ପାରିପାର୍ଶ୍ୱିକ ପରିସ୍ଥିତି, କାର୍ଯ୍ୟଚାପ ଆମକୁ କେତେକ ସମୟରେ ଖୁସିଠାରୁ ଦୂରେଇ ରଖିଥାଏ। ତେବେ ନିଜକୁ ଅଧିକାଂଶ ସମୟ ଖୁସିର ମାହୋଲ ଭିତରେ ରଖିବାକୁ ଚାହୁଁଛନ୍ତି କି? ତେବେ ଏକ ସରଳ ଉପାୟ ଆପଣ ଆପଣେଇ ପାରନ୍ତି। ବାସ୍‌, ନିଜର ଖାଦ୍ୟପେୟକୁ ସନ୍ତୁଳିତ ରଖନ୍ତୁ। ଏହାଦ୍ୱାରା ଆପଣ କେତେକାଂଶରେ ଖୁସି ରହିପାରିବେ। ଏପରି ମତବ୍ୟକ୍ତ କରିଛନ୍ତି ସିଡ୍‌ନୀ ୟୁନିଭର୍ସିଟିର ବିଶେଷଜ୍ଞମାନେ। ଏଭଳି ଗବେଷଣା ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ନିୟମିତ ସନ୍ତୁଳିତ ଖାଦ୍ୟ ଖାଉଥିବା ବ୍ୟକ୍ତି ଅନ୍ୟମାନଙ୍କ ତୁଳନାରେ ଅଧିକ ଖୁସି ରହୁଥିବା ସେମାନେ ଏହି ସର୍ଭେରୁ ଜାଣିବାକୁ ପାଇଥିଲେ।