ସନ୍ତୁଳିତ ଓଜନ ପାଇଁ..

ଆଜିକାଲି ଓଜନ ବଢ଼ିବା ଏକ ସାଧାରଣ ସମସ୍ୟା। ଏହାକୁ ନିୟନ୍ତ୍ରଣରେ ନ ରଖିଲେ ତାହା ପରୋକ୍ଷରେ କେତେକ ରୋଗର କାରଣ ସାଜିଥାଏ। ତେଣୁ ଏଥିପାଇଁ ମେଦବହୁଳ ବ୍ୟକ୍ତିଙ୍କୁ ସତର୍କ ରହିବାକୁ ପଡ଼େ। ଓଜନକୁ ସନ୍ତୁଳିତ ରଖିବାର ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ ରହିଛି। ତାକୁ ଅନୁସରଣ କଲେ ଜଣେ ନିଜ ଓଜନକୁ ନିୟନ୍ତ୍ରଣରେ ରଖିପାରିବ ବୋଲି ଆମେରିକାସ୍ଥିତ ୟୁନିଭର୍ସିଟି ଅଫ ଓ୍ବାଶିଂଟନ୍‌ର ପୁଷ୍ଟିବିଜ୍ଞାନୀମାନେ ଏକ ଗବେଷଣାରୁ ଜାଣିପାରିଛନ୍ତି। ଯଦି ଜଣେ ବ୍ୟକ୍ତି ସବୁବେଳେ ଶାକାହାରୀ ଭୋଜନ କରନ୍ତି ତେବେ ସେହି ବ୍ୟକ୍ତି ଓଜନ ବୃଦ୍ଧି ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା କମ୍‌ ଥାଏ। ଗବେଷଣା ସମୟରେ ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନେ ସବୁବେଳେ ଶାକାହାରୀ ଭୋଜନ କରୁଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କର ଓଜନ ବୃଦ୍ଧି ହେଉ ନ ଥିଲା ବୋଲି ଜଣାପଡ଼ିଥିଲା।