ସନ୍ତାନ ପ୍ରସବ କଲେ କରୋନା ପଜିଟିଭ ମହିଳା

ଆଗ୍ରା,୩୦।୪: ଉତ୍ତରପ୍ରଦେଶ ଆଗ୍ରାରେ ଜଣେ କରୋନା ପଜିଟିଭ ମହିଳା ଗୁରୁବାର ସିଜରିଆନ ସେକ୍ସନ ମାଧ୍ୟମରେ ଏକ ସନ୍ତାନ ପ୍ରସବ କରିଛନ୍ତି। ସରୋଜିନି ନାଇଡୁ ମେଡିକାଲରେ ସେ ସନ୍ତାନ ପ୍ରସବ କରିଥିବା ବେଳେ ଉଭୟ ମା’ଓ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି। ଏବେସୁଦ୍ଧା ଆଗ୍ରାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩୩ ଥିବା ବେଳେ ୭୪ ଜଣ ସୁସ୍ଥ ହୋଇଛନ୍ତି ଓ ୧୪ ଜଣଙ୍କ ମୃତ୍ୟୁ ହୋଇଛି, ଅନ୍ୟମାନଙ୍କର ଚିକିତ୍ସା ଚାଲିଛି।

Share