ସତ୍ୟ ସ୍ବାଇଁଙ୍କୁ ଗୁଜରାଟ ପୋଲିସ ପିଟିପିଟି ହତ୍ୟା ଘଟଣା: ଅଭିଯୁକ୍ତଙ୍କ ଫାଶୀ ଦାବି

ଭଞ୍ଜନଗର,୧୬ା୫(ଡି.ଏନ୍‌.ଏ.): ଗୁଜରାଟ ପୋଲିସ ସତ୍ୟବାନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା କରିବା ପରେ ସମସ୍ତ ପ୍ରମାଣ ନଷ୍ଟ ଲାଗି ଅପଚେଷ୍ଟା ଚଳାଇଛି। ମୋ’ ପୁଅ ଯେମିତି ବାପ ଛେଉଣ୍ଡ ହୋଇଗଲା ସେମିତି ଦୋଷୀମାନଙ୍କୁ ମଧ୍ୟ ଫାଶୀ ଦିଆଯାଉ ବୋଲି ମୃତ ସତ୍ୟଙ୍କ ସ୍ତ୍ରୀ ଶନିବାର ଦାବି କରିଛନ୍ତି। ଅପରପକ୍ଷେ ଘଟଣାଟିକୁ ଓଡ଼ିଶା ସରକାର ମଧ୍ୟ ଗୁରୁତର ସହ ନେଇଛନ୍ତି। ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶନିବାର ଭଞ୍ଜନଗର ଥାନା ଅନ୍ତର୍ଗତ ବାରୁଡ଼ା ଯାଇ ସତ୍ୟଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଛନ୍ତି। ଖୁବ୍‌ଶୀଘ୍ର ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ତାଙ୍କ ପରିବାରକୁ ଯୋଗାଇ ଦେବେ । ଗୁଜରାଟ ପୋଲିସ ସତ୍ୟଙ୍କୁ ପିଟିପିଟି ମାରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ସତ୍ୟଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେନେଇ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ସେ ଡିଜିଙ୍କ ସମେତ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି ବିକ୍ରମ ଗଣମାଧ୍ୟମକୁ କହିଛନ୍ତି।
ପ୍ରକାଶ ଯେ, ସତ୍ୟ ସୁରଟରେ ବହୁବର୍ଷ ହେବ କାମ କରୁଥିଲେ। ଗ୍ରାମରେ ବଡ଼ ଭାଇଙ୍କ ପରିବାର, ମା’, ସ୍ତ୍ରୀ ଓ ୭ ବର୍ଷର ଦିବ୍ୟାଙ୍ଗ ପୁତ୍ର ପରେଶ ରହୁଛନ୍ତି । ସମ୍ପତ୍ତିବାଡ଼ି ସେମିତି କିଛି ନାହିଁ । ସତ୍ୟ ସୁରଟରୁ ଯାହା କିଛି ପଠାଉଥିଲେ ସେଥିରେ ପରିବାର ଚଳୁଥିଲା। ଗୁଜରାଟ ପୋଲିସ ଗୁରୁବାର ରାତିରେ ସତ୍ୟଙ୍କୁ ଅମାନୁଷିକ ଭାବେ ପିଟିପିଟି ହତ୍ୟା କରିବା ଦ୍ୱାରା ସତ୍ୟର ପରିବାରର ସ୍ବପ୍ନ ଚୁର୍‌ମାର ହୋଇଯାଇଥିଲା। ବର୍ତ୍ତମାନ ସତ୍ୟଙ୍କ ପରିବାର କିଭଳି ଚଳିବ ତାହାକୁ ନେଇ ତାଙ୍କ ବୃଦ୍ଧା ମା’ ଦୁଃଖରେ ଭାଙ୍ଗିପଡ଼ିଛି। ଲକ୍‌ଡାଉନ୍‌ ଯୋଗୁ ସତ୍ୟ ଗ୍ରାମକୁ ଫେରିବାକୁ ଚାହୁଁଥିଲେ। କିନ୍ତୁ ଟ୍ରେନ୍‌ ଟିକେଟ ହୋଇ ପାରୁ ନ ଥିଲା । ଗତ ୨ ତାରିଖରେ ଟିକେଟ ପାଇଁ ସେଠାକାର ପ୍ରଶାସନ ନିକଟରେ ଆବେଦନ କରିଥିଲେ । କିନ୍ତୁ ସତ୍ୟଙ୍କୁ ଗୁରୁବାର ସୁଦ୍ଧା ଟିକେଟ ମିଳି ପାରି ନ ଥିଲା । ତାଙ୍କ ପଛରେ ଆବେଦନ କରିଥିବା ଲୋକଙ୍କୁ ଟିକେଟ ମିଳିଯାଉଥିଲା। ଯାହାକୁ ନେଇ ଗୁରୁବାର ସତ୍ୟ ଅସନ୍ତୁଷ୍ଟ ଥିଲେ। ସେହିଦିନ ରାତିରେ ସତ୍ୟ ଓ ତାଙ୍କ ସହକର୍ମୀମାନେ ରହୁଥିବା ଘର ସମ୍ମୁଖରେ ଠିଆ ହୋଇଥିଲେ। ହଠାତ୍‌ ପୋଲିସ ଆସିଯାଇଥିଲା। ଫଳରେ ସମସ୍ତେ ଘର ଭିତରକୁ ଦୌଡ଼ି ପଳାଇଥିଲେ। କିନ୍ତୁ ପୋଲିସ ଘର ଭିତରେ ପଶି ସତ୍ୟଙ୍କୁ ସମସ୍ତଙ୍କ ସମ୍ମୁଖରେ ନିସ୍ତୁକ ମାଡ଼ ମାରିଥିଲା। ଏହାପରେ ସତ୍ୟଙ୍କ ସହକର୍ମୀମାନେ ଚିକିତ୍ସା ପାଇଁ ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ପ୍ରବାସୀ ଓଡ଼ିଆଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ସତ୍ୟବାନଙ୍କ ଭଣଜା ଶିଶିର ଭୂୟାଁ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଯେ, ଗୁଜରାଟ ପୋଲିସ ଆମ କଥା ଶୁଣିବ ନାହିଁ । ରାଜ୍ୟ ସରକାର ଓ ପୋଲିସ ଆମ କଥା ବୁଝନ୍ତୁ। ପ୍ରମାଣ ନଷ୍ଟ ପାଇଁ ମାମୁ ଥିବା ରୁମ୍‌ର ସହଯୋଗୀମାନଙ୍କୁ ସେଠାକାର ପୋଲିସ ଆଜି ଗାଡ଼ି କରି ପଠାଇ ଦେଉଛି । ଆଜି ଜଣଙ୍କୁ ହତ୍ୟା କରିଛନ୍ତି କାଲି ଅନେକ ଏଭଳି ଶିକାର ହେବେ। ସୁରଟରେ ଲକ୍ଷଧିକ ଓଡ଼ିଆ ରହୁଛନ୍ତି । ସେମାନଙ୍କ ସୁରକ୍ଷା କଥା ଚିନ୍ତା କରାଯାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ସତ୍ୟଙ୍କ ବଡ଼ ଭାଇ ସନ୍ତୋଷ କହିଛନ୍ତି, ଘଟଣା ସମ୍ପର୍କରେ ଖୁବ୍‌ଶୀଘ୍ର ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିବୁ। ମନ୍ତ୍ରୀ ବିକ୍ରମ ଆରୁଖ୍‌ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଆଗକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri