Categories: ଜାତୀୟ

ସତ୍ୟେନ୍ଦ୍ର ଜୈନଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଇଲା ଟୁଇଟ୍‌ର

ନୂଆଦିଲ୍ଲୀ,୧୭।୨: ମନି ଲଣ୍ଡରିଂ ମାମଲାରେ ଜେଲ୍‌ରେ ଥିବା ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଟୁଇଟ୍‌ର ଏକ ବଡ ଝଟକା ଦେଇଛି। ତେବେ ସତ୍ୟେନ୍ଦ୍ର ଜୈନଙ୍କ ବ୍ଲୁ ଟିକ୍‌ ଟୁଇଟ୍‌ର ହଟାଇ ଦେଇଛି। ୨୦୨୨ ମେ’ ୨୯ରେ ସତ୍ୟେନ୍ଦ୍ର ଜୈନଙ୍କ ଶେଷ ଟୁଇଟ୍‌ ହୋଇଥିଲା।

ସତ୍ୟେନ୍ଦ୍ର ଜୈନଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଇ ଦିଆଯିବା ପରେ ଭାଜପା ମୁଖପାତ୍ର ପ୍ରବୀଣ ଶଙ୍କର କପୁର କହିଛନ୍ତି ଯେ, ଟୁଇଟ୍‌ର ମଧ୍ୟ ଏଏପି ନେତା ସତ୍ୟେନ୍ଦ୍ର ଜୈନଙ୍କ ସ୍ବୀକୃତି ପ୍ରତ୍ୟାହାର କରିନେଇଛି। କେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିର୍‌ଓ୍ବାଲ ସତ୍ୟେନ୍ଦ୍ର ଜୈନଙ୍କୁ କ୍ୟାବିନେଟରୁ ହଟାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି।

Share