Categories: ଗଞ୍ଜାମ

ସତ୍ୟଙ୍କ ରେକର୍ଡ ନିଶା: ପୁଣି କଲେ ବିଶ୍ୱ ରେକର୍ଡ;  ୟୁନିଭର୍ସାଲ, କଲାମ ବୁକ ଅଫ ରେକର୍ଡରେ ୧.୯ ଇଞ୍ଚର ଗଣେଶ

ବ୍ରହ୍ମପୁର ଅଫିସ,୧୪ା୧୨-ନିଆରା କଳାକୃତି କରି ରେକର୍ଡ କରିବାର ନିଶା ତାଙ୍କୁ ସାରା ବିଶ୍ୱରେ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି | ପୂର୍ବରୁ ବହୁବାର ଚକ, କାଠ, ସାବୁନରେ ନିଆରା କ୍ଷୁଦ୍ର କଳାକୃତି କରି ବିଶ୍ୱସ୍ତରରେ ରେକର୍ଡ ସୃଷ୍ଟି କରିଥିବା ବେଳେ ଏବେ କାଠରେ ବିଶ୍ୱର ସବୁଠାରୁ କ୍ଷୁଦ୍ର ଗଣେଶ ନିର୍ମାଣ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି | ସେ ହେଲେ ଗଞ୍ଜାମ ଜିଲା ସୋରଡାରେ ଜନ୍ମିତ ତଥା ବ୍ରହ୍ମପୁରର ଶିଳ୍ପୀ ସତ୍ୟ ମହାରଣା | କାଠରେ ବିଶ୍ୱର ସବୁଠୁ କ୍ଷୁଦ୍ର ଗଣେଶ କରି ସେ ଏକା ସମୟରେ ଦୁଇଟି ରେକର୍ଡରେ ନିଜ ନାମ ସ୍ଥାନିତ କରିଛନ୍ତି। ଗମ୍ଭାରୀ କାଠରେ ୧.୯ ଇଞ୍ଚ ଉଚ୍ଚତା ଓ ୧ ଇଞ୍ଚ ଓସାରର ନିର୍ମିତ ଏହି କ୍ଷୁଦ୍ର କାଠ ଗଣେଶ ମୂର୍ତ୍ତିଟି ଏକା ସମୟରେ ୟୁନିଭର୍ସାଲ ବୁକ ଅଫ ରେକର୍ଡ ଓ କାଲାମ ବୁକ ଅଫ ରେକର୍ଡରେ ସ୍ଥାନୀତ ହୋଇଛି ା
ସୂଚନାଯୋଗ୍ୟ, ନିକଟରେ ରଥଯାତ୍ରା ଉପଲକ୍ଷେ ୧.୪ ଇଞ୍ଚ ଉଚ୍ଚତାର ବିଶ୍ୱର ସବୁଠାରୁ କ୍ଷୁଦ୍ର ରଥ ନିର୍ମାଣ କରି ଅଗଷ୍ଟରେ ଏସିଆ ବୁକ ଅଫ ରେକର୍ଡରେ ନିଜ ନାମକୁ ସ୍ଥାନିତ କରିଥିଲେ ା ଏଥିପାଇଁ ସେ ଏସିଆ ବୁକ ଅଫ ରେକର୍ଡ ପକ୍ଷରୁ ଗ୍ରାଣ୍ଡମାଷ୍ଟର ଟାଇଟଲ ମଧ୍ୟ ହାସଲ କରିଥିଲେ ା