Categories: ଜାତୀୟ

ସତସଙ୍ଗ ପକ୍ଷରୁ କୋଭିଡ୍‌-୧୯ ମୁକାବିଲା ପାଇଁ ପିଏମ୍‌ କେୟାର୍ସ ପାଣ୍ଠିକୁ ୧୦ କୋଟି ଦାନ

ଦେଓଘର,୯।୪: କରୋନା(କୋଭିଡ୍‌-୧୯) ସଂକ୍ରମିତଙ୍କ ସଂଖ୍ୟା ପୃଥିବୀରେ ବଢ଼ିବାରେ ଲାଗିଛି। ଭାରତରେ କରୋନା ଯୋଗୁ ଅଚଳାବସ୍ଥା ସୃଷ୍ଟି ହୋଇଛି।  ସ୍ଥିତିକୁ ସ୍ବାଭାବିକ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶବାସୀ ଏକଜୁଟ ହୋଇଛନ୍ତି। ଏହି ମର୍ମରେ ସତସଙ୍ଗର ପୂଜ୍ୟପାଦ ଆଚାର୍ଯ୍ୟ ଦେବ ଶ୍ରୀଶ୍ରୀଦାଦା କୋଭିଡ୍‌-୧୯ ମୁକାବିଲା ପାଇଁ ପିଏମ୍‌ କେୟାର୍ସ ପାଣ୍ଠିକୁ ୧୦ କୋଟି ଦାନ ଦେଇଛନ୍ତି। ଏ ସମ୍ପର୍କରେ ଝାଡ଼ଖଣ୍ଡର ଦେଓଘରସ୍ଥିତ ମୁଖ୍ୟ ସତସଙ୍ଗ ଆଶ୍ରମର ସେକ୍ରେଟାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କରୋନା ଯୋଗୁ ଭାରତରେ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ଲାଗି ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ଅନୁସାରୀ ଏବଂ ଅନୁଗାମୀ ସତସଙ୍ଗୀମାନେ ସମ୍ମିଳିତ ହୋଇ ସରକାରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ସଭିଏଁ କିପରି ସରକାରୀ ନିର୍ଦ୍ଦେଶକୁ ମାନିବେ ଏବଂ ସୁରକ୍ଷିତ ରହିବେ ସେନେଇ ସତସଙ୍ଗୀମାନଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି।

Share