‘ସତର୍କ ରହିଲେ ମୁକାବିଲା କରିହେବ’

କଟକ ଅଫିସ, ୧୪।୩: ରାଜ୍ୟରେ କରୋନା ଭୂତାଣୁର ମୁକାବିଲା ପାଇଁ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷକରି ବାଟାଲିୟନ୍‌, ବାରାକ୍ସ ଓ ବିଭିନ୍ନ ପୋଲିସ ପ୍ରତିଷ୍ଠାନକୁ କରୋନା ଭୟ ରହିଥିବାରୁ ଏଥିପାଇଁ ସତର୍କ ହୋଇପଡିଛି ପୋଲିସ ବିଭାଗ। ଶୁକ୍ରବାର ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟରୁ ଡିଜିପି ଅଭୟ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଆଇଜି, ଡିଆଇଜି, ଡିସିପି, ଏସ୍‌ପି ଏବଂ ବାଟାଲିୟନ୍‌ଗୁଡିକର କମାଣ୍ଡାଣ୍ଟଙ୍କ ସହ ଆଲୋଚନା କରିଥିଲେ। ବହୁ ସଂଖ୍ୟାରେ ପୋଲିସ କର୍ମଚାରୀ ରହୁଥିବା ସ୍ଥାନରେ କିଭଳି କରୋନା ବ୍ୟାପିବ ନାହିଁ, ସେଥିପ୍ରତି ଗୁରୁତ୍ୱ ଦେବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଡିଜିପି ପରାମର୍ଶ ଦେଇଛନ୍ତି। ନିୟମିତ ସଫା ରଖିବା ସହ ଭୂତାଣୁ ନ ବ୍ୟାପିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ସତର୍କ ରହିବା ଦ୍ୱାରା ହିଁ କରୋନାର ମୁକାବିଲା କରାଯାଇପାରିବ ବୋଲି ଡିଜିପି କହିଛନ୍ତି।
ଗତ ୬ ତାରିଖରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ମହିଳା ପୋଲିସ କର୍ମଶାଳାରେ ଯେଉଁସବୁ ପ୍ରସ୍ତାବ ଦିଆଯାଇଥିଲା, ସେଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ଏହି ଆଲୋଚନାବେଳେ ବରିଷ୍ଠ ଅଧିକାରୀଙ୍କ ମତାମତ ଲୋଡ଼ାଯାଇଥିଲା। ଗତ ଦିନରେ ଘଟିଥିବା ଆପରାଧିକ ଘଟଣାଗୁଡ଼ିକର ସଫଳତା ତଦନ୍ତ ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପୋଲିସ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ମେଡାଲ୍‌ ପ୍ରଦାନ କରାଯିବ। ଏଥିପାଇଁ ଯଥାଶୀଘ୍ର ଅଧିକାରୀଙ୍କ ତାଲିକା ଦେବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସରେ ପ୍ରଦାନ କରାଯିବାକୁ ଥିବା ଡିଜିପି ପୁରସ୍କାର ପାଇଁ ଅଧିକାରୀଙ୍କ ନାମ ପଠାଇବାକୁ କୁହାଯାଇଛି। ରାଜ୍ୟର କେଉଁ ସ୍ଥାନରେ ଗଞ୍ଜେଇ ଚାଷ ଚାଲିଛି, ତାହାର ଭୌଗୋଳିକ ସ୍ଥିତିକୁ ଦେଖି ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି। ବିଭିନ୍ନ ଆପରାଧିକ ମାମଲାର ଯୁଗ୍ମ ତଦନ୍ତ, ଜିଲା ଏବଂ ବାଟାଲିୟନ୍‌ଗୁଡିକରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନଜନିତ ମାମଲାଗୁଡ଼ିକର ନିରୀକ୍ଷଣ, ବାଟାଲିୟନ୍‌ ସ୍ତରରେ ପଦୋନ୍ନତି ବୋର୍ଡର ବୈଠକ, ବାଟାଲିୟନ୍‌ର ବାର୍ଷିକ ତାଲିମ୍‌ କାର୍ଯ୍ୟକ୍ରମ ଆଦି ବିଷୟରେ ବରିଷ୍ଠ ଅଧିକାରୀଙ୍କ ସହ ଡିଜିପି ଆଲୋଚନା କରିଥିଲେ। ଏହି ଆଲୋଚନାବେଳେ ସ୍ବତନ୍ତ୍ର ଡିଜିପି(ଏସ୍‌ଏପି) ମନୋଜ ଛାବ୍ରା, ଏଡିଜି(ମୁଖ୍ୟାଳୟ) ଭି.ଟି. ମିଶ୍ର, ଏଡିଜି(ଆଇନଶୃଙ୍ଖଳା) ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି(ଆଧୁନିକୀକରଣ) ରେଖା ଲୋହାନୀ, ଆଇଜି(ରାଜ୍ୟ କ୍ରାଇମ୍‌ ରେକର୍ଡ ବ୍ୟୁରୋ) ରାଜେଶ କୁମାର ଏବଂ ଆଇଜି(ପ୍ରୋଭିଜନିଂ) ଯତୀନ୍ଦ୍ର କୋଏଲ୍‌ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri