Posted inଖେଳ

ସଡ଼କ ସୁରକ୍ଷାକୁ ବ୍ଲେକ୍‌ଙ୍କ ଗୁରୁତ୍ୱ

ମୁମ୍ବାଇ, ୩।୧୨- ”ଭାରତକୁ ଆସିଥିବାରୁ ମୁଁ ବହୁତ ଖୁସି। ତେବେ ଏଠାରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ୧୫୦,୦୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଜାଣି ବହୁତ ଦୁଃଖିତ। ଏହା ଏକ ବଡ଼ ସଂଖ୍ୟା। ଆମେ ଏପରି ଭାବରେ ଜୀବନ ହରେଇବା ଠିକ୍‌ ନୁହେଁ। ବିଶ୍ୱରେ ଏଥିପାଇଁ ସଚେତନତା ବାର୍ତ୍ତା ଦେବାପାଇଁ ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ ହିଁ ଉପଯୁକ୍ତ ପ୍ଲାଟଫର୍ମ ବୋଲି ମୁଁ ଭାବୁଛି। ମୁଁ ଜାଣିଛି ଯେ ଭାରତ ଏକ କ୍ରିକେଟ ପ୍ରିୟ ଦେଶ। ତେଣୁ ଏହି ଦେଶର ଲୋକମାନେ ନିଶ୍ଚିତ ଏହି ସିରିଜକୁ ମନଭରି ଉପଭୋଗ କରିବେ ବୋଲି ମୋର ଆଶା। ସଡ଼କ ଦୁର୍ଘଟଣାରେ ଲୋକମାନେ ଯେପରି ଅଧିକ ସଂଖ୍ୟାରେ ମୃତ୍ୟୁବରଣ ନ କରିବେ ସେଥିପାଇଁ ଆମକୁ ସମ୍ମିଳିତ ଉଦ୍ୟମ ଆବଶ୍ୟକ ଆବଶ୍ୟକ“ ବୋଲି ୨ ଥର ଅଲିମ୍ପିକ୍‌ ଗୋଲ୍ଡ ମେଡାଲିଷ୍ଟ ଜାମାଇକା ସ୍ପ୍ରିଣ୍ଟର ୟୋହାନ ବ୍ଲେକ୍‌ ଏଠାରେ ସୋମବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଭାରତରେ ସଡ଼କ ସୁରକ୍ଷା ଉପରେ ସଚେତନତା ସୃଷ୍ଟି ଏବଂ ଏହାର ଗୁରୁତ୍ୱ ସମ୍ପର୍କରେ ବ୍ଲେକ୍‌ ମତବ୍ୟକ୍ତ କରିଥିଲେ। ସର୍ବକନିଷ୍ଠ ୧୦୦ ମିଟର ବିଶ୍ୱ ଚାମ୍ପିୟନ ତଥା ଆଥଲେଟିକ୍ସରୁ ୪ଟି ଅଲିମ୍ପିକ୍‌ ପଦକ ହାସଲ କରି ସାରିଥିବା ବ୍ଲେକ ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜକୁ ପ୍ରମୋଟ କରିବା ପାଇଁ ଭାରତ ଆସିଛନ୍ତି। ଆସନ୍ତା ବର୍ଷ ଫେବୃୟାରୀରେ ହେବାକୁଥିବା ଏହି ବାର୍ଷିକ ଟି୨୦ କ୍ରିକେଟ ଇଭେଣ୍ଟରେ ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଓ୍ବେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟରମାନେ ଭାଗନେବେ।
କ୍ରିକେଟ ପ୍ରଥମ ପ୍ରେମ-
ବ୍ଲେକ କହିଛନ୍ତି ଯେ, ଆସନ୍ତା ଫେବୃୟାରୀରେ ହେବାକୁଥିବା ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜକୁ ମୁଁ ଆଗ୍ରହର ସହିତ ଅପେକ୍ଷା କରିଛି। ପୂର୍ବରୁ ମୁଁ ଅନେକ ଥର କହି ସାରିଛି ଯେ କ୍ରିକେଟ ମୋର ପ୍ରଥମ ପ୍ରେମ। ତେଣୁ ମୁଁ କ୍ରିକେଟ ପଡ଼ିଆରେ ସଚିନ ତେନ୍ଦୁଲକର, ବ୍ରାଏନ ଲାରା, ବୀରେନ୍ଦ୍ର ସେହ୍ବାଗ, ବ୍ରେଟ୍‌ ଲୀଙ୍କ ପରି ଫେଭରାଇଟ କିମ୍ବଦନ୍ତୀ ଖେଳାଳିଙ୍କୁ ଦେଖିବାକୁ ନିଶ୍ଚିତ ଭଲ ପାଇବି। ଏହି ପ୍ରତିଯୋଗିତା କେବଳ ରୋମାଞ୍ଚକ ଖେଳ ପାଇଁ ନୁହେଁ ସଡ଼କ ସୁରକ୍ଷା ପ୍ରତି ଲୋକଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଏବଂ ଏ ଦିଗରେ ସଚେତନତା ସୃଷ୍ଟି ହୋଇପାରିବ ବୋଲି ମୋର ବିଶ୍ୱାସ।
ଟୋକିଓରେ ସ୍ବର୍ଣ୍ଣ ଆଶା-
୨୦୨୦ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ବ୍ଲେକ। ଏହା ମୋର ଶେଷ ଅଲିମ୍ପିକ୍ସ। ତେଣୁ ମୁଁ ସ୍ବର୍ଣ୍ଣ ପଦକ ଜିତିବାକୁ ନିଶ୍ଚିତ ଚେଷ୍ଟା କରିବି। ପୂର୍ବରୁ ମୁଁ ଅନେକ ପଦକ ଜିତି ସାରିଛି। ମାତ୍ର ଟୋକିଓ ପଦକ ମୋ ପାଇଁ ସ୍ବତନ୍ତ୍ର ହେବ। ଟୋକିଓରେ ୧୦୦ ମିଟର ଇଭେଣ୍ଟ ପାଇଁ ସେ ଅନ୍ୟତମ ଫେଭରାଇଟ ଥିବା ପ୍ରକାଶ କରିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ତଥା ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ ସଭାପତି ମହମ୍ମଦ ଆଝାରୁଦ୍ଦିନ ଏହି ଅବସରରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri