Categories: ଜାତୀୟ

ସଡ଼କ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଗାଡ଼ି ପୋଡ଼ିଲେ ମାଓବାଦୀ

ରାଞ୍ଚି,୧୫।୫: ଝାଡ଼ଖଣ୍ଡରେ ମାଓବାଦୀ ପୁଣି ସକ୍ରିୟ ହୋଇଛନ୍ତି। ସ୍ଥାନୀୟ ରାଜପୁର ଥାନା ଅନ୍ତର୍ଗତ ବେଙ୍ଗୋକୋଲା ପଞ୍ଚାୟତର ପଥେଲ ଗାଁର ବଘମରିଠାରେ ମାଓବାଦୀମାନେ ସଡ଼କ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ୪ ଗାଡ଼ି ପୋଡ଼ିଦେଇଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ୨୦ରୁ ଅଧିକ ମାଓବାଦୀ ସଂଘବଦ୍ଧ ଭାବେ ଆସି ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି। ଏହା ସହିତ କେତେକ ଅଞ୍ଚଳରେ ମାଓ ପୋଷ୍ଟର ମଧ୍ୟ ଲଗାଇଥିବା କୁହାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share