Categories: ଜାତୀୟ

ସଡ଼କ ଦୁର୍ଘଟଣାରେ ୯ ଛାତ୍ର ମୃତ

ପୁଣେ, ୨୧ା୭(ପି.ଟି.) :ପୁଣେ-ସୋଲାପୁର ରାଜପଥରେ ଏକ କାର ଦୁର୍ଘଟଣାଗ୍ରସ୍ତ ହେବାରୁ ୯ ଜଣ ଛାତ୍ର ପ୍ରାଣ ହରାଇଛନ୍ତି। ପୁଣେ ଜିଲାର କଦମ୍‌ଓ୍ବାକ୍‌ ଓ୍ବସ୍ତିଠାରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିିଛି। ମୃତ ଛାତ୍ରମାନଙ୍କ ବୟସ ୧୯ରୁ ୨୩ ମଧ୍ୟରେ ଓ ସେମାନଙ୍କ ଘର ପୁଣେର ୟଭାତ୍‌ରେ। ସେମାନେ ରାୟଗଡ଼୍‌ରୁ ନିଜ ଘରକୁ ଫେରୁଥିବାବେଳେ ଦୁର୍ଘଟଣା ଘଟିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଡ୍ରାଇଭର ଭାରସାମ୍ୟ ହରାଇ କାର୍‌ଟିକୁ ପ୍ରଥମେ ଡିଭାଇଡ଼ର୍‌ରେ ପିଟିବା ପରେ ରାସ୍ତାର ଆରପଟେ ଥିବା ଏକ ଟ୍ରକ ସହ ଧକ୍କା ଦେଇଥିଲା। ଦୁର୍ଘଟଣାସ୍ଥଳରେ ୮ ଜଣ ପ୍ରାଣ ହରାଇଥିବାବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ଲାଗି ନିଆଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସମସ୍ତ ମୃତ ଶରୀରକୁ ପୋଷ୍ଟମର୍ଟମ ଲାଗି ପଠାଯାଇଥିବାବେଳେ ତଦନ୍ତ ଜାରି ରହିଥିବା ବରିଷ୍ଠ ପୋଲିସ ଇନ୍‌ସ୍ପେକ୍ଟର ସୁରଜ୍‌ ବନ୍ଦ୍‌ଗାର ପ୍ରକାଶ କରିଛନ୍ତି।

Share