ସଡ଼କ ଦୁର୍ଘଟଣାରେ ହାସ୍ୟ ଅଭିନେତା ସଲୀଲ ମିତ୍ର ଗୁରୁତର

ଭୁବନେଶ୍ୱର,୧୨।୫(ବ୍ୟୁରୋ): ହାସ୍ୟ ଅଭିନେତା ସଲୀଲ ମିତ୍ର ରବିବାର ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ସଲୀଲଙ୍କ ଗୋଡ ଭାଙ୍ଗି ଯାଇଥିବା ସୂଚନା ମିଳିଛି। କେନ୍ଦୁଝର ଜିିଲା ଘଟଗାଁ କଲେଜ ଛକ ନିକଟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ଥ ହୋଇଥିବା ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି।