ସଡ଼କ ଦୁର୍ଘଟଣାରେ ଗୁରୁତରଙ୍କ ପାଇଁ ବ୍ୟବସ୍ଥା: ଘରୋଇ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର,୨୯ା୧୦(ବ୍ୟୁରୋ): ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବ। ଏ ନେଇ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି। ଗୁରୁତର ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବ୍ୟକ୍ତିଙ୍କୁ ମେଡିକାଲ/ ସର୍ଜିକାଲ ଏବଂ ଗୁରୁତର ସ୍ବାସ୍ଥ୍ୟ ସେବା ଘରୋଇ ହସ୍ପିଟାଲରେ ମାଗଣାରେ ଯୋଗାଇ ଦିଆଯିବ। ଏହି ଖର୍ଚ୍ଚ ରାଜ୍ୟ ସରକାରଙ୍କ ମାଗଣା ଚିକିତ୍ସା ଟ୍ରମା ପାଣ୍ଠି(ଏଫ୍‌ଟିଟିଏଫ୍‌)ରୁ ଯୋଗାଇ ଦିଆଯିବ। ସରକାରୀ ଡାକ୍ତରଖାନା ଛଡା କଟକ ଓ ଭୁବନେଶ୍ୱରରେ ଥିବା ଘରୋଇ ହସ୍ପିଟାଲରେ ମଧ୍ୟ ଦୁର୍ଘଟଣା ଘଟିବାର ୪୮ ଘଣ୍ଟା ମଧ୍ୟରେ ମାଗଣା ଚିକିତ୍ସା ସୁବିଧା ମିଳିପାରିବ। ପ୍ରଥମ ପର୍ଯ୍ୟାୟରେ କଟକଠାରେ ଥିବା ଅଶ୍ୱିନୀ, ଭୁବନେଶ୍ୱରରେ ଥିବା ଆମ୍ରି ଓ ଆପୋଲୋ ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ ହେବ। ଆସନ୍ତା ୬ ମାସ ମଧ୍ୟରେ ଏହି ହସ୍ପିଟାଲଗୁଡ଼ିକରେ ଚିକିତ୍ସିତ ହୋଇଥିବା ବ୍ୟକ୍ତିମାନଙ୍କର ଖର୍ଚ୍ଚ ସମ୍ପର୍କରେ ସମୀକ୍ଷା କରାଯିବ। ଏହା ପରେ ରାଜ୍ୟର ଅନ୍ୟାନ୍ୟ ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ କରିବା ନେଇ ନିଷ୍ପତ୍ତି ନିଆଯିବ।
ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ପହଞ୍ଚିବା ମାତ୍ରେ ଘରୋଇ ହସ୍ପିଟାଲ ସମସ୍ତ ଜରୁରୀ ଚିକିତ୍ସା ଯୋଗାଇ ଦେବେ। ଏଥିସହିତ ମେଡିକାଲ ଶିକ୍ଷା ନିର୍ଦ୍ଦେଶକ(ଡିଏମଇଟି)ଙ୍କୁ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଓ କି ପ୍ରକାର କ୍ଷତି ହୋଇଛି ସେ ନେଇ ୪୮ ଘଣ୍ଟା ମଧ୍ୟରେ ସୂଚନା ଦେବେ। ଯଦି ୪୮ ଘଣ୍ଟା ମଧ୍ୟରେ ଅନ୍ୟ ହସ୍ପିଟାଲକୁ ରୋଗୀଙ୍କୁ ସ୍ଥାନାନ୍ତର କରିବାକୁ ପଡେ ତେବେ ପ୍ରଥମେ ଆସିଥିବା ହସ୍ପିଟାଲର ବିଲ୍‌ ସହିତ ତାହାକୁ ହିସାବକୁ ନିଆଯିବ। ଯଦି ୪୮ ଘଣ୍ଟା ପରେ ଟ୍ରମା କେୟାର ଆରମ୍ଭ ହେବ ତେବେ ସେହି ଆହତ ବ୍ୟକ୍ତି ଏଫ୍‌ଟିଟିଏଫ୍‌ରୁ ସହାୟତା ପାଇଁବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ସେଭଳି କ୍ଷେତ୍ରରେ ସ୍ବାସ୍ଥ୍ୟ ବିଭାଗର ବୈଷୟିକ କମିଟିକୁ ଜଣାଇବାକୁ ହେବ। ଏଭଳି କ୍ଷେତ୍ରରେ ରୋଗୀ ଯଦି ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି(ଓଏସ୍‌ଟିଏଫ୍‌)ରୁ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବେ ତାଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇ ପାରିବ। ଯଦି କୌଣସି ସମସ୍ୟା ହେବ ତେବେ ଡିଏମ୍‌ଇଟି ଅନିଲ କୁମାର ସାହୁ (୯୪୩୭୦୫୪୯୩୦), ମଣିଲାଲ ଗୁପ୍ତା(୯୪୩୯୯୯୮୧୫୩) ଏବଂ ଦିଲ୍ଲୀପ କୁମାର ନନ୍ଦ(୯୩୪୮୬୭୭୧୩୩)ଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଚିକିତ୍ସାର ୪୮ ଘଣ୍ଟା ପରେ ସମ୍ପୃକ୍ତ ଘରୋଇ ହସ୍ପିଟାଲ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ସମସ୍ତ ଖର୍ଚ୍ଚ ପ୍ରମାଣ ପତ୍ର ସହ ଆବେଦନ କରିବାକୁ ହେବ। ଡିଏମଇଟି ଉପଯୁକ୍ତ ପରୀକ୍ଷା ନିରୀକ୍ଷା ପରେ ସେହି ହସ୍ପିଟାଲକୁ ଚିକିତ୍ସାର ସମସ୍ତ ଖର୍ଚ୍ଚ ପ୍ରଦାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri