ସଡ଼କରେ ସୁରକ୍ଷିତ ଲ୍ୟାଣ୍ଡ କଲା ବିମାନ

ତେହେରାନ,୨୮।୧: ଇରାନର ବନ୍ଦର-ଏ-ମହସହରର ରାସ୍ତା ଉପରେ ସୋମବାର ଏକ ବିମାନ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିବା ଜଣାପଡିଛି। ହେଲେ ଏହି ବିମାନଟି ଲ୍ୟାଣ୍ଡ କରିବା ପରେ ଆଖପାଖରେ ଥିବା ଲୋକେ ଏହା ଦେଖି ଡରି ଯାଇଥିଲେ। କିନ୍ତୁ ବିମାନରେ ଥିବା ସମସ୍ତ ୧୩୫ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିବା ପରେ ଲୋକେ ଆଶ୍ୱସ୍ତ ହୋଇଥିଲେ। ବିମାନରେ ଯାନ୍ତ୍ରୀକ ତ୍ରୁଟି କାରଣରୁ ଏହାକୁ ରାସ୍ତା ଉପରେ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା। ହେଲେ ଲ୍ୟାଣ୍ଡି ସମୟରେ ବିମାନର ଚକ ଭାଙ୍ଗିଯିବାରୁ ଏଥିରେ ନିଆଁ ଲାଗିବା ସମ୍ଭାବନାକୁ ଦେଖି ଦମକଳ ବାହିନୀ ଏହା ଉପରକୁ ପାଣି ସ୍ପ୍ରେ କରିବାରୁ ସବୁ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ବିମାନଟି କାସ୍ପିୟାନ ଏୟାରଲାଇନ୍ସର ଥିବା ବେଳେ ୨୦୦୯ରେ ଏକି କମ୍ପାନୀର ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇ ସେଥିରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।

Share