ସଟ୍ ଡାଉନ : ୨୪ ଘଣ୍ଟାରେ କଟକରେ ୪ ମାମଲା

କଟକ ଅଫିସ,୫।୪- କଟକ ସହରରେ ୪୮ ଘଣ୍ଟିଆ ସଟ୍ ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ନିୟମକୁ ଉଲଘଂନ କରୁଥିବା ବ୍ୟକ୍ତି ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଶନିବାର ସକାଳଠାରୁ ରବିବାର ସକାଳ ଭିତରେ ୪ଟି ମାମଲା ରୁଜୁ କରାଯାଇଛି। ଏଥି ସହିତ ୧୯ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ସହରର ପ୍ରମୁଖ ଛକରେ କଡା ପୋଲିସ ପହରା ଦିଆଯାଉଥିବା କଟକ ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ରୁ ସୂଚନା ଦିଆଯାଇଛି।