ସଜହ ହେବ ବ୍ୟବସାୟ;ଇଜ୍‌ ଅଫ୍‌ ଡୁଇଂ ବିଜନେସ ର଼୍ୟାଙ୍କିଙ୍ଗରେ ଟପ୍‌ ୫୦ରେ ସ୍ଥାନ ପାଇବା ଲକ୍ଷ୍ୟ

ନୂଆଦିଲ୍ଲୀ,୨୩-୪: ବ୍ୟବସାୟୀ ସୁଗମତା କ୍ଷେତ୍ରରେ ଭାରତ ଆଉ କିଛି ଦିନ ଭିତରେ ଇତିହାସ ରଚିବାକୁ ଯାଉଛି। କେନ୍ଦ୍ର ସରକାର ଦେଶରେ ବ୍ୟବସାୟ ସୁଗମତାକୁ ଆହୁରି ସହଜ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ବ୍ୟବସାୟୀ ଖୁସିରେ ଉଛୁଳି ଉଠିବେ। ୨୭ ପାଦ ଉପରକୁ ଉଠି ଇଜ୍‌ ଅଫ୍‌ ଡୁଇଂ ବିଜନେସ ର଼୍ୟାଙ୍କିଙ୍ଗର ଟପ୍‌ ୫୦ରେ ସ୍ଥାନ ପାଇବାକୁ ସରକାର ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଯାଉଛନ୍ତି। ନୂଆ ବ୍ୟବସ୍ଥାରେ କମ୍ପାନୀ ଆରମ୍ଭ କରିବା ପ୍ରକ୍ରିୟାକୁ ଅଧିକ ସହଜ ତଥା ସରଳ କରାଯିବ। ମାତ୍ର ୩ ଦିନ ଭିତରେ ବ୍ୟବସାୟୀଙ୍କୁ ପରମାନେଣ୍ଟ ଆକାଉଣ୍ଟ ନମ୍ବର(ପାନ୍‌), ଟ୍ୟାକ୍ସ ଆକାଉଣ୍ଟ ନମ୍ବର(ଟାନ୍‌) ପ୍ରଦାନ ସହ ଜିଏସ୍‌ଟି, ଏମ୍ପ୍ଲୟି ପ୍ରଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେଶନ(ଇପିଏଫଓ) ଏବଂ ଏମ୍ପ୍ଲୟି ଷ୍ଟେଟ୍‌ ଇନ୍‌ସ୍ୟୁରାନ୍ସ କର୍ପୋରେଶନ(ଇଏସ୍‌ଆଇସି)ରେ ପଞ୍ଜୀକରଣ କରାଯିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଡିପାର୍ଟମେଣ୍ଟ ଫର୍‌ ପ୍ରମୋଶନ ଅଫ୍‌ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନାଲ ଟ୍ରେଡ(ଡିପିଆଇଆଇଟି) ଇଜ୍‌ ଅଫ୍‌ ଡୁଇଂରେ ଭାରତର ର଼୍ୟାଙ୍କିଙ୍ଗ ସୁଧାରିବା ଦିଗରେ କାର୍ଯ୍ୟ କରୁଛି। ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ଏବେ କମ୍ପାନୀ ନାମ ପଞ୍ଜୀକରଣ କରିବାରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ଏହାକୁ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଦୂର କରୁଛି। ଅନେକ ସମୟରେ ଏକାଧିକ ଏଜେନ୍ସି ନିକଟରେ ଲାଇନରେ ଯାଇ ଅନୁମତି ନେବାରେ ଦୀର୍ଘ ସମୟ ବିତିଯାଉଛି। ଏହାର ସମାଧାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ସମସ୍ତ କେନ୍ଦ୍ରୀୟ ଏଜେନ୍ସିଙ୍କ ନିକଟରେ ପଞ୍ଜୀକରଣ ଲାଗି ଏକପ୍ରକାର ପ୍ରକ୍ରିୟା ପ୍ରସ୍ତୁତ କରାଯାଉଛି। ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବରରେ ଜାରି ହୋଇଥିବା ବିଶ୍ୱବ୍ୟାଙ୍କର ଇଜ୍‌ ଅଫ୍‌ ଡୁଇଂ ବିଜନେସ ର଼୍ୟାଙ୍କିଙ୍ଗରେ ଭାରତ ୨୩ ସ୍ଥାନ ଉପରକୁ ଉଠି ୭୭ତମ ସ୍ଥାନରେ ପହଞ୍ଚତ୍ ପାରିଛି। ବ୍ୟବସାୟକୁ ସୁଗମ କରିବା ଉଦ୍ଦେଶ୍ୟରେ ଉପୁଜୁଥିବା ବାଧାକୁ ଦୂର କରିବା ଲାଗି ସରକାର ଗତ ଦୁଇବର୍ଷ ହେବ କ୍ରମାଗତ ଉଦ୍ୟମ ଜାରି ରଖିଥିବାରୁ ଭାରତର ର଼୍ୟାଙ୍କିଙ୍ଗରେ ଯଥେଷ୍ଟ ସୁଧାର ଆସିଲାଣି। ସବୁଠାରୁ ଅଧିକ ସୁଧାର କରିବାରେ ଭାରତ ଅନ୍ୟତମ ଦେଶ ବୋଲି ବିଶ୍ୱ୍ୟାଙ୍କ ନିଜ ରିପୋର୍ଟରେ ଦର୍ଶାଇଛି। ୨୦୧୪-୧୮ ମଧ୍ୟରେ ଭାରତ ଏହି ର଼୍ୟାଙ୍କିଙ୍ଗରେ ୬୫ ସ୍ଥାନ ଉପରକୁ ଚଢ଼ିଥିବା ବେଳେ ଚାଇନା ୨୭ ସ୍ଥାନ ତଳକୁ ଖସିଛି। ଡିପିଆଇଆଇଟି ପକ୍ଷରୁ ଇନ୍‌ସଲଭେନ୍ସି ଫ୍ରେମଓ୍ବର୍କ, ପ୍ରପର୍ଟି ରେଜିଷ୍ଟେଶନ, ଟ୍ୟାକ୍ସ ପେମେଣ୍ଟ ଏବଂ ଏହାର ରିଫଣ୍ଡରେ ପରିବର୍ତ୍ତନ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଏମାନଙ୍କ ଭିତରୁ କିଛି କ୍ଷେତ୍ରରେ ଭାରତର ର଼୍ୟାଙ୍କିଙ୍ଗ ୧୦୦ ତଳକୁ ରହିଛି। ରାଜ୍ୟର ଏଜେନ୍ସିଗୁଡ଼ିକୁ ମଧ୍ୟ ଡିପିଆଇଆଇଟି ସାମିଲ କରିଛି। ଏହାଦ୍ୱାରା ଉଭୟ କେନ୍ଦ୍ର ଓ ରାଜ୍ୟରୁ ଅନୁମତି ମିଳିବା ସହଜ ହେବ। ଉଲ୍ଲେଖ କରାଯାଇପାରେ ଯେ, ଇଜ୍‌ ଅଫ୍‌ ଡୁଇଂ ବିଜନେସ୍‌ ର଼୍ୟାଙ୍କିଙ୍ଗକୁ ଦେଶରେ ବ୍ୟବସାୟ ପରିବେଶର ଏକ ମାପକାଠି ଭାବେ ଦର୍ଶାଯାଇଥାଏ। ବିଦେଶୀ ନିବେଶକଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଏବେ ଭାରତ ଟପ୍‌ ୫୦ ଦେଶ ମଧ୍ୟରେ ନିଜକୁ ସାମିଲ କରିବାକୁ ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri