ସଜହ ହେବ ବ୍ୟବସାୟ;ଇଜ୍‌ ଅଫ୍‌ ଡୁଇଂ ବିଜନେସ ର଼୍ୟାଙ୍କିଙ୍ଗରେ ଟପ୍‌ ୫୦ରେ ସ୍ଥାନ ପାଇବା ଲକ୍ଷ୍ୟ

ନୂଆଦିଲ୍ଲୀ,୨୩-୪: ବ୍ୟବସାୟୀ ସୁଗମତା କ୍ଷେତ୍ରରେ ଭାରତ ଆଉ କିଛି ଦିନ ଭିତରେ ଇତିହାସ ରଚିବାକୁ ଯାଉଛି। କେନ୍ଦ୍ର ସରକାର ଦେଶରେ ବ୍ୟବସାୟ ସୁଗମତାକୁ ଆହୁରି ସହଜ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ବ୍ୟବସାୟୀ ଖୁସିରେ ଉଛୁଳି ଉଠିବେ। ୨୭ ପାଦ ଉପରକୁ ଉଠି ଇଜ୍‌ ଅଫ୍‌ ଡୁଇଂ ବିଜନେସ ର଼୍ୟାଙ୍କିଙ୍ଗର ଟପ୍‌ ୫୦ରେ ସ୍ଥାନ ପାଇବାକୁ ସରକାର ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଯାଉଛନ୍ତି। ନୂଆ ବ୍ୟବସ୍ଥାରେ କମ୍ପାନୀ ଆରମ୍ଭ କରିବା ପ୍ରକ୍ରିୟାକୁ ଅଧିକ ସହଜ ତଥା ସରଳ କରାଯିବ। ମାତ୍ର ୩ ଦିନ ଭିତରେ ବ୍ୟବସାୟୀଙ୍କୁ ପରମାନେଣ୍ଟ ଆକାଉଣ୍ଟ ନମ୍ବର(ପାନ୍‌), ଟ୍ୟାକ୍ସ ଆକାଉଣ୍ଟ ନମ୍ବର(ଟାନ୍‌) ପ୍ରଦାନ ସହ ଜିଏସ୍‌ଟି, ଏମ୍ପ୍ଲୟି ପ୍ରଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେଶନ(ଇପିଏଫଓ) ଏବଂ ଏମ୍ପ୍ଲୟି ଷ୍ଟେଟ୍‌ ଇନ୍‌ସ୍ୟୁରାନ୍ସ କର୍ପୋରେଶନ(ଇଏସ୍‌ଆଇସି)ରେ ପଞ୍ଜୀକରଣ କରାଯିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଡିପାର୍ଟମେଣ୍ଟ ଫର୍‌ ପ୍ରମୋଶନ ଅଫ୍‌ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନାଲ ଟ୍ରେଡ(ଡିପିଆଇଆଇଟି) ଇଜ୍‌ ଅଫ୍‌ ଡୁଇଂରେ ଭାରତର ର଼୍ୟାଙ୍କିଙ୍ଗ ସୁଧାରିବା ଦିଗରେ କାର୍ଯ୍ୟ କରୁଛି। ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ଏବେ କମ୍ପାନୀ ନାମ ପଞ୍ଜୀକରଣ କରିବାରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ଏହାକୁ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଦୂର କରୁଛି। ଅନେକ ସମୟରେ ଏକାଧିକ ଏଜେନ୍ସି ନିକଟରେ ଲାଇନରେ ଯାଇ ଅନୁମତି ନେବାରେ ଦୀର୍ଘ ସମୟ ବିତିଯାଉଛି। ଏହାର ସମାଧାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ସମସ୍ତ କେନ୍ଦ୍ରୀୟ ଏଜେନ୍ସିଙ୍କ ନିକଟରେ ପଞ୍ଜୀକରଣ ଲାଗି ଏକପ୍ରକାର ପ୍ରକ୍ରିୟା ପ୍ରସ୍ତୁତ କରାଯାଉଛି। ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବରରେ ଜାରି ହୋଇଥିବା ବିଶ୍ୱବ୍ୟାଙ୍କର ଇଜ୍‌ ଅଫ୍‌ ଡୁଇଂ ବିଜନେସ ର଼୍ୟାଙ୍କିଙ୍ଗରେ ଭାରତ ୨୩ ସ୍ଥାନ ଉପରକୁ ଉଠି ୭୭ତମ ସ୍ଥାନରେ ପହଞ୍ଚତ୍ ପାରିଛି। ବ୍ୟବସାୟକୁ ସୁଗମ କରିବା ଉଦ୍ଦେଶ୍ୟରେ ଉପୁଜୁଥିବା ବାଧାକୁ ଦୂର କରିବା ଲାଗି ସରକାର ଗତ ଦୁଇବର୍ଷ ହେବ କ୍ରମାଗତ ଉଦ୍ୟମ ଜାରି ରଖିଥିବାରୁ ଭାରତର ର଼୍ୟାଙ୍କିଙ୍ଗରେ ଯଥେଷ୍ଟ ସୁଧାର ଆସିଲାଣି। ସବୁଠାରୁ ଅଧିକ ସୁଧାର କରିବାରେ ଭାରତ ଅନ୍ୟତମ ଦେଶ ବୋଲି ବିଶ୍ୱ୍ୟାଙ୍କ ନିଜ ରିପୋର୍ଟରେ ଦର୍ଶାଇଛି। ୨୦୧୪-୧୮ ମଧ୍ୟରେ ଭାରତ ଏହି ର଼୍ୟାଙ୍କିଙ୍ଗରେ ୬୫ ସ୍ଥାନ ଉପରକୁ ଚଢ଼ିଥିବା ବେଳେ ଚାଇନା ୨୭ ସ୍ଥାନ ତଳକୁ ଖସିଛି। ଡିପିଆଇଆଇଟି ପକ୍ଷରୁ ଇନ୍‌ସଲଭେନ୍ସି ଫ୍ରେମଓ୍ବର୍କ, ପ୍ରପର୍ଟି ରେଜିଷ୍ଟେଶନ, ଟ୍ୟାକ୍ସ ପେମେଣ୍ଟ ଏବଂ ଏହାର ରିଫଣ୍ଡରେ ପରିବର୍ତ୍ତନ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଏମାନଙ୍କ ଭିତରୁ କିଛି କ୍ଷେତ୍ରରେ ଭାରତର ର଼୍ୟାଙ୍କିଙ୍ଗ ୧୦୦ ତଳକୁ ରହିଛି। ରାଜ୍ୟର ଏଜେନ୍ସିଗୁଡ଼ିକୁ ମଧ୍ୟ ଡିପିଆଇଆଇଟି ସାମିଲ କରିଛି। ଏହାଦ୍ୱାରା ଉଭୟ କେନ୍ଦ୍ର ଓ ରାଜ୍ୟରୁ ଅନୁମତି ମିଳିବା ସହଜ ହେବ। ଉଲ୍ଲେଖ କରାଯାଇପାରେ ଯେ, ଇଜ୍‌ ଅଫ୍‌ ଡୁଇଂ ବିଜନେସ୍‌ ର଼୍ୟାଙ୍କିଙ୍ଗକୁ ଦେଶରେ ବ୍ୟବସାୟ ପରିବେଶର ଏକ ମାପକାଠି ଭାବେ ଦର୍ଶାଯାଇଥାଏ। ବିଦେଶୀ ନିବେଶକଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଏବେ ଭାରତ ଟପ୍‌ ୫୦ ଦେଶ ମଧ୍ୟରେ ନିଜକୁ ସାମିଲ କରିବାକୁ ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri